ଭୋଟ୍ ବର୍ଜନ ପାଇଁ ଗାଁ ଗାଁରେ ବୈଠକ 

Advertisment
ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନକୁ ବିରୋଧ କରି ଫସଲବୀମା ଓ ଇନ୍‌ପୁଟ୍‌ ପ୍ରାପ୍ୟରୁ ବଞ୍ଚିତ ଚାଷୀ ଗାଁ ଗାଁରେ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି। ରାଜବୋଡ଼ାସମ୍ବର ବ୍ଲକ୍‌ର କନସିଂହା, ଚାରପାଲି, ଖଲିଆପାଲି, ଡଙ୍ଗାଘାଟ, ବରିକେଲ, କଂସର, ବରିହାପାଲି, ମହୁଲପାଲି ପଞ୍ଚାୟତର ଶତାଧିକ ଚାଷୀ ନିଜ ନିଜ ଗାଁରେ ଏକତ୍ରିତ ହୋଇ ବୀମା ଓ ଇନପୁଟ ନ ମିଳିବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ଆଗାମୀ ଉପନିର୍ବାଚନରେ କୌଣସି ଦଳକୁ ପ୍ରଚାର ପାଇଁ ନିଜ ପଞ୍ଚାୟତକୁ ପଶିବାକୁ ଦେବୁନାହିଁ ଏବଂ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ପାଇକମାଳ ବ୍ଲକ୍‌ର ବୁକୁରାମୁଣ୍ଡା, ସରେଇକେଲା, ଲଖମରା, ବାଦିକଟା, ଚର୍ଦାପାଲି ଆଦି ପଞ୍ଚାୟତର ଚାଷୀମାନେ ମଧ୍ୟ ଭୋଟ ବର୍ଜନ କରିବାକୁ ଦୃଢ଼ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe