ଗାଁ ମୁହାଁ ହେଲେ ହାତୀପଲ, ଧାନ ଗଦା ନଷ୍ଟ କଲେ

Advertisment
ରାଜ୍ୟସ୍ତରୀୟ ୬୯ତମ ବନ୍ୟପ୍ରାଣୀ ସପ୍ତାହ: ଶିକାରୀଙ୍କ ମୋବାଇଲ୍‌ ଟ୍ରାକିଂ କରିପାରିବେ ବନ ଅଧିକାରୀ

World Wildlife Fund

ବିଡ଼ିପୁର: ଜଗନ୍ନାଥପ୍ରସାଦ ବ୍ଲକ୍ ବିଡ଼ିପୁର ନିକଟ ବାଜପେୟୀ ଛକ ନିକଟରେ ଗତକାଲି ରାତିରେ ହାତୀପଲ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇଛନ୍ତି। ଗ୍ରାମର ଏକାଧିକ ଚାଷୀଙ୍କ ଧାନ ଗଦାକୁ ହାତୀପଲ ନଷ୍ଟ କରିଦେଇଛନ୍ତି। ସେହିପରି ସୋରିଷମୂଳି ଗ୍ରାମର ଚାଷୀ ବିଜୟ ନାଇକ ଓ ପଟାଧାରର ଗୁରୁ ସାହୁଙ୍କ ବ୍ୟାପକ ଧାନ ନଷ୍ଟ ହୋଇଥିବା ଜଣାପଡ଼ିଛି। ହାତୀପଲ ଘଉଡ଼ାଇବାରେ ବନବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଚାଷୀ ଅଭିଯୋଗ କରିବା ସହ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି। ଧାନ ଅମଳ ସମୟ ଚାଲିଥିବାରୁ ହାତୀଙ୍କ ଉପଦ୍ରବ ପାଇଁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତେଣୁ ବନବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe