ଗାଁ ମୁଖିଆଙ୍କ ପୁଅ ମାଷ୍ଟରମାଇଣ୍ଡ୍: ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ, ୪ ଗିରଫ

Advertisment

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକା (୧୩ ବର୍ଷ, ୧୪ ବର୍ଷ) ଭଉଣୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ବିଶାଖାପାଟଣାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକା (୧୩ ବର୍ଷ, ୧୪ ବର୍ଷ) ଭଉଣୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ବିଶାଖାପାଟଣାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

fhfbvvbbv

ବ୍ରହ୍ମପୁର/ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ନାବାଳିକା (୧୩ ବର୍ଷ, ୧୪ ବର୍ଷ) ଭଉଣୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ବିଶାଖାପାଟଣାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗୋଳନ୍ଥରା ଥାନା ଇଲାକାର କେ.ଶିବା (୨୧), କେ‌.ସାଇ (୨୧), ଜି.ଗୁରେୟା (୨୧) ଓ ଏନ୍‌.ଶ୍ରୀନୁ (୨୦)। ସାଇ ଏହି ଘଟଣାର ମାଷ୍ଟରମାଇଣ୍ଡ୍ ହୋଇଥିବା ବେଳେ ସେ ଗାଁ ମୁଖିଆଙ୍କ ପୁଅ ବୋଲି ଜଣାପଡ଼ିଛି। ସେମାନଙ୍କଠୁ ବାଇକ୍ ଓ ମୋବାଇଲ୍ ଜବତ ହୋଇଥିବା ନେଇ ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ ଏମ୍ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ଗୋଳନ୍ଥରା ଥାନାରେ କେସ୍ ନମ୍ବର ୨୪୦/୨୫ରେ ଏକ ମାମଲା ରୁଜୁ ହୋଇଛି। 

ତଦନ୍ତରୁ ଜଣାପଡ଼ିଛି, ଗଞ୍ଜାମ ଥାନା ଇଲାକାରେ ଜଣେ ରହୁଥିବା ମହିଳା ତାଙ୍କ ୧୪ ବର୍ଷ ବୟସର ଝିଅ ସହ ବିଭିନ୍ନ ପର୍ବପର୍ବାଣି ଓ ଖରାଛୁଟିରେ ତାଙ୍କ ବାପଘରକୁ ଆସୁଥିଲେ। ଏହାମଧ୍ୟରେ ଉକ୍ତ ନାବାଳିକାଙ୍କ ସହ ଅଭିଯୁକ୍ତ ସାଇର ସଂପର୍କ ଗଢ଼ି ଉଠିଥିଲା। ଉଭୟ ମୋବାଇଲ୍‌ରେ ସବୁ‌ବେଳେ କଥା ହେଉଥିଲେ। ନାବାଳିକା ଜଣକ ଗତ ୧ ତାରିଖରେ ଅଜାଘରକୁ ଆସିଥିବା ବେଳେ ତାଙ୍କ ମାଉସୀ ଝିଅ (୧୩) ବି ପହଞ୍ଚିଥିଲା। ସାଇ ନାବାଳିକାଙ୍କୁ ଗତ ୩ ତାରିଖ ଅପରାହ୍‌ଣରେ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ସହ ତା’ର ଅନ୍ୟ ୩ ଜଣ ସାଙ୍ଗଙ୍କୁ ବି ଡାକିଥିଲା। ସେମାନେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ। ନାବାଳିକାଜଣକ ଘରକୁ ନଫେରିବାରୁ ତାଙ୍କ ସଂପର୍କୀୟ ଭଉଣୀ ଖୋଜିବାକୁ ଘରୁ ବାହାରିଥିଲେ। ଭଉଣୀକୁ ଦେଖିବା ପରେ ଉକ୍ତ ୪ ଜଣ ଯୁବକ ‌ଉଭୟଙ୍କୁ ଧମକଚମକ ଦେଇଥିଲେ।

ସନ୍ଧ୍ୟା ହୋଇଯାଇଥିବାରୁ ଦୁଇ ଭଉଣୀ ଆଉ ଜଣେ ସଂପର୍କୀୟଙ୍କ ଘରେ ରାତି କଟାଇଥିଲେ।  ଗତ ୪ ତାରିଖ ସକାଳେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଗାଁରେ ଛାଡ଼ିଦେବାକୁ କହି ଦୁଇ ଭଉଣୀଙ୍କୁ ବାଇକ୍‌ରେ ବସାଇ ଗଞ୍ଜାମ ଥାନା ଇଲାକା ଆଡ଼କୁ ନେଇଯାଇଥିଲେ। ରାସ୍ତାରେ ଉଭୟଙ୍କୁ ପୁଣି ଦୁଷ୍କର୍ମ କରାଯାଇଥିଲା। ଏହାପରେ ଉଭୟଙ୍କୁ ସେମାନେ ଗଞ୍ଜାମ ଥାନା ଅଧୀନ ଏକ ଗାଁରେ ଛାଡ଼ି ପଳାଇଥିଲେ। ଖବର ପାଇ ଉଭୟଙ୍କ ପରିବାରବର୍ଗ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ। ଗାଁ ମୁଖିଆଙ୍କୁ ଘଟଣା ବିଷୟରେ ଅବଗତ କରାଯାଇଥିଲେ ‌ହେଁ, ସେ ଏହାକୁ ଅତି ହାଲୁକା ଭାବେ ନେଇଥିଲେ। ଗୋଳନ୍ଥରା ଥାନାଧିକାରୀ ବିବେକାକନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗତକାଲି ରାତିରେ ୪ ଅଭିଯୁକ୍ତଙ୍କୁ ବିଶାଖାପାଟଣାରୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe