ଯୁଦ୍ଧ ଠାରୁ ଗାଁ ଭଲ,ଗାଁକୁ ଫେରିଆସ ଯୋଜନା: ୭ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ୭ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ନକ୍ସଲ ରହିଛନ୍ତି। ସମସ୍ତ ନକ୍ସଲ ଛତିଶଗଡର ବିଜାପୁର ଜିଲ୍ଲାର ବାସିନ୍ଦା...

village is better than the war, the plan is to return to the village

village is better than the war, the plan is to return to the village Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ଜିଲ୍ଲାରେ ୭ ଦୁର୍ଦ୍ଦାନ୍ତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ନକ୍ସଲ ରହିଛନ୍ତି। ସମସ୍ତ ନକ୍ସଲ ଛତିଶଗଡର ବିଜାପୁର ଜିଲ୍ଲାର ବାସିନ୍ଦା।

ଯୁଦ୍ଧ ଠାରୁ ଗାଁ ଭଲ,ଗାଁକୁ ଫେରିଆସ ଯୋଜନାରେ ପ୍ରଭାବିତ ହୋଇ ଏହି ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି।

ମୁଲୁଗୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପିଙ୍କ ନିକଟରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। 

ସେମାନେ ହେଲେ ଥାତି ଉଙ୍ଗି(୩୫),କୋଡସେ ସୁକ୍କୁ(୩୪),ସୋଡି ଭୀମେ(୨୦),କୁଞ୍ଜମ ଵାରଲକ୍ଷ୍ମୀ(୧୮),ପଦ୍ମ ଜଗା(୫୧), କୋରସା ପାଇକୀ(୩୪) ଏବଂ ସୋଡି ଆଡମା(୪୦)। ଏମାନଙ୍କ ମୁଣ୍ଡରେ ୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ରବିବାର ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଚଳିତ ବର୍ଷ ମୁଲୁଗୁ ଜିଲ୍ଲାରେ ୮୦ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି। ସଂଗଠନରେ ସ୍ଥିତି ଅତି ଖରାପ ହେଲାଣି ବୋଲି ଆତ୍ମସମର୍ପଣ ନକ୍ସଲ କହିଥିଲେ। ଜଂଗଲରେ ଭୋଜନ ମିଳୁନଥିବାରୁ ନକ୍ସଲ ବହୁ କଷ୍ଟରେ ରହୁଥିବା କହିଥିଲେ। ୯୦ ପ୍ରତିଶତ ନକ୍ସଲ ଗରିବ ଏବଂ ସଂଗଠନ ଛାଡିବାକୁ ମନସ୍ଥ କରିଥିବା ଏମାନେ କହିଥିଲେ।

Malkangiri | Naxal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe