ଆରମ୍ଭ ହେଲା ସଚେତନ ଗାଁ, ସୁରକ୍ଷିତ ଗାଁ କାର୍ଯ୍ୟକ୍ରମ: ମିଶନର ରୂପ ଦେଲା ଗୋବର୍ଦ୍ଧନପୁର ଗ୍ରା.ପ. ବିଜୁ ଯୁବବାହିନୀ

Advertisment

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନିଆରା ପଦକ୍ଷେପ

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନିଆରା ପଦକ୍ଷେପ

ଆରମ୍ଭ ହେଲା ସଚେତନ ଗାଁ, ସୁରକ୍ଷିତ ଗାଁ କାର୍ଯ୍ୟକ୍ରମ: ମିଶନର ରୂପ ଦେଲା ଗୋବର୍ଦ୍ଧନପୁର ଗ୍ରା.ପ. ବିଜୁ ଯୁବବାହିନୀ

ଭବାନୀପାଟଣା: ମହାମାରୀ କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଏ ଦିଗରେ ପାଦେ ଆଗକୁ ଯାଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ଏକ ନିଆରା ପଦକ୍ଷେପ ହାତକୁ ନେଇଛନ୍ତି । ଯୁବ ପ୍ରଶାସକ ତଥା ବ୍ଲକ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ କଳ୍ପନା ପ୍ରସୂତ ଏହି କାର୍ଯ୍ୟକ୍ରମକୁ ନେଇ ସାଧାରଣରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି ।

ରାଜ୍ୟରେ ସର୍ବ ପ୍ରଥମ ଥର ପାଇଁ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ସଚେତନ ଗାଁ, ସୁରକ୍ଷିତ ଗାଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ମଧୁପୁରଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ନୋଡ଼ାଲ ଅଫିସର ତଥା ଜିଲ୍ଲା କର୍ମ ଓ ନିୟୋଜନ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ସମ୍ମାନିତ ଅତିଥି ଭାବେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ସମିତିସଦସ୍ୟ ଚିତ୍ରସେନ ମାଝୀ, ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ସିକେରକୁପା ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ, ବିଜୁ ଯୁବବାହିନୀର ବ୍ଲକ ସଂଯୋଜକ ଜକସନ ସାହୁ, ଗୋବର୍ଦ୍ଧନପୁର ଗ୍ରା.ପ ବିଜୁ ଯୁବବାହିନୀର ସଭାପତି ତୀର୍ଥ ଗହୀର ପ୍ରମୁଖ ଯୋଗ ଦେଇଥିଲେ ।

publive-image

ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ବିଜୁ ଯୁବବାହିନୀର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ଯୁବବାହିନୀର ସଂପାଦକ ସୁଶୀଲ କୁମାର ବାଗ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମଧୁପୁର ଗାଁରେ ସାମୁହିକ ଭାବେ ହାତଧୁଆ ଅଭିଯାନ ଆରମ୍ଭ କରାଯାଇଥିଲା । ଦୈନିକ ଚାରିଥର ହାତ ଧୋଇବାକୁ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିବାବେଳେ ଘରକୁ ଘର ସଚେତନ ପାଇଁ କରୋନା ଲଢେଇରେ ମୁଁ ବି ସୈନିକ ବଛାଯାଇଥିଲା । ସେହିପରି ଗାଁରେ ସଂପୂର୍ଣ୍ଣ ସାମାଜିକ ଦୂରତା ରକ୍ଷା କରି ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ପାଇଁ ଏହି କାର୍ଯ୍ୟକ୍ରମକୁ ବ୍ଲକ ସମସ୍ତ ପଞ୍ଚାୟତରେ ସଂପ୍ରସାରଣ କରାଯିବ ବୋଲି କହିଛନ୍ତି ଏହି କାର୍ଯ୍ୟକ୍ରମର ଉଦ୍ୟୋକ୍ତା ଶ୍ରୀ ମିଶ୍ର । ଆଜିର କାର୍ଯ୍ୟକ୍ରମରେ ବିଜୁ ଯୁବବାହିନୀର ସଦସ୍ୟ ହୃଷିକେଶ ବଗର୍ତ୍ତି, ଦେବରାଜ ଛତର, ରୋହିତ ଭୋଇ, ଜଳଧର ସାଗର, ଅମିତ ପଧାନ, ମୁକେଶ ମାଝୀ, ଭକ୍ତ ପୁଟେଲ, ଅଜୟ ସୁନା, ପ୍ରୀତିରଞ୍ଜନ ପରିଡା, ଅଜିତ ଛତର, ଲଳିତ ବାଗ, ଦେବାର୍ଚ୍ଚନ ପୁଟେଲ, ସିଆର୍‌ପି ଅନୀତା ପଧାନ, ପଙ୍କଜିନୀ କରୁଆଁ, ଆଶାକର୍ମୀ କଳ୍ପନା ପଧାନ, ରେବତୀ ସାହୁ, ମଧୁପୁର ଗ୍ରାମବାସୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe