ସର୍ବନିମ୍ନ ପେନସନ ପ୍ରଦାନ କରିବାକୁ ଗ୍ରାମ ସେବକ ସଂଘର ଦାବି

Advertisment
ସର୍ବନିମ୍ନ ପେନ୍‌ସନ୍‌ ୨ ହଜାର ଟଙ୍କା ହେବ!

ଭୁବନେଶ୍ୱର: ପଞ୍ଚାୟତରେ ପ୍ରଥମେ ସଂପାଦକ ଓ ପଦୋନ୍ନତି ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବିରେ ଅବସର ନେଇଥିବା ୬ଶହ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସର୍ବନିମ୍ନ ପେନସନ ପାଇଁ ଦାବି ହୋଇଛି। ଓଡ଼ିଶା ଅବସରପ୍ରାପ୍ତ ଗ୍ରାମସେବକ ସଂଘର କହିବାନୁଯାୟୀ, ଗ୍ରାମସେବକ କାର୍ଯ୍ୟକାଳ ଓ ସଂପାଦକ କାର୍ଯ୍ୟକାଳ ମିଶାଇ ଅତିକମ୍‌ରେ ୧୦ବର୍ଷ ସେବା ପରିଗଣିତ କରି ସର୍ବନିମ୍ନ ପେନସନ ପ୍ରଦାନ କରିବା ପାଇଁ ସ୍ୟାଟ୍‌ କଟକ ବେଞ୍ଚ ରାଜ୍ୟ ସରକାରଙ୍କୁ ଗତବର୍ଷ ନିର୍ଦେଶ ଦେଇଥିଲେ। ନିର୍ଧାରିତ ୩ମାସ ମଧ୍ୟରେ ରାଜ୍ୟ ସରକାର ଏହି ନିର୍ଦେଶକୁ କାର୍ଯ୍ୟକାରୀ ନ କରିବାରୁ ଅବସର ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଅଦାଲତ ଅବମାନନା ମାମଲା କରାଯାଇଥିଲା। ନଭେମ୍ବର ୨୮ତାରିଖ ଶୁଣାଣି ସମୟରେ ସ୍ୟାଟ୍‌ ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ ଜାନୁଆରି ୮ ତାରିଖ ଦିନ ପଞ୍ଚାୟିତରାଜ ସଚିବ, ନିର୍ଦେଶକ ଓ ଅର୍ଥ ସଚିବଙ୍କୁ ବ୍ୟକ୍ତିଗତଭାବେ ହାଜର ହେବା ପାଇଁ ସମନ କରିଥିଲେ। ଆଇନ ବିଭାଗକୁ ଏଥିପାଇଁ ମତାମତ ଲୋଡ଼ା ଯାଇଥିବାରୁ ଅଧିକ ସମୟ ଦେବାପାଇଁ ସରକାରଙ୍କ ପକ୍ଷରୁ ଅଦାଲତକୁ ସମୟ ମଗାଯାଇଥିବା ଜଣାପଡ଼ିଛି। ତେବେ ୬ଶହ ଅବସରପ୍ରାପ୍ତ ଗ୍ରାମସେବକଙ୍କୁ ସର୍ବନିମ୍ନ ପେନସନ ପ୍ରଦାନ କରିବାକୁ ସଂଘର କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଚନ୍ଦ୍ର ଶତପଥୀ, ସଂପାଦକ ବିରଞ୍ଚି ନାରାୟଣ ପାଳ, ଉପସଭାପତି ବିଜୟ ବେହେରା, ପ୍ରତାପ ଚନ୍ଦ୍ର ମହାନ୍ତି, ସୁବଳ ରାଉତ ଓ ରବୀନ୍ଦ୍ର ପ୍ରଧାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe