ଅପହଞ୍ଚ ଗାଁର ଦୁଃଖ: ଶୁଣିଲାନି ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଗ୍ରାମବାସୀ

Advertisment
ଅପହଞ୍ଚ ଗାଁର ଦୁଃଖ: ଶୁଣିଲାନି ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଗ୍ରାମବାସୀ
ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମପଞ୍ଚାୟତର ୧୬ ନମ୍ବର ୱାର୍ଡ ପାହାଡ଼ ପର୍ବତ ଘେରା ଘଞ୍ଚ ଜଙ୍ଗଲ ମଝିରେ ରହିଛି ରେଟୁଡ଼ି ଗ୍ରାମ। କୁର୍ମିଙ୍ଗିଆ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଠାରୁ ମାତ୍ର ତିନି କିଲୋମିଟର ମଧ୍ୟରେ ରହିଛି ଏହି ଗ୍ରାମ ମୋଟ ୧୩୦ରୁ ଊର୍ଦ୍ଧ୍ବ ଜନସାଧାରଣ ଆଜି ଗ୍ରାମରେ ବସବାସ କରୁଛନ୍ତି। ଜଙ୍ଗଲ ମଧ୍ୟରେ ଏହି ଗ୍ରାମଟି ରହିଥିବାରୁ ଏହି ଗ୍ରାମ ପ୍ରତି କୌଣସି ସରକାରୀ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧି ଦୃଷ୍ଟି ନଦେଇ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସଦାସର୍ବଦା ଆମକୁ ଅବହେଳା କରାଯାଉଥିବା ଦର୍ଶେଇଛନ୍ତି ଗ୍ରାମବାସୀ।
ଏହି ଗ୍ରାମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ରାସ୍ତା ଏତେ ଖରାପ ଅଛି ଯେ ବର୍ଷାଦିନ ଯାନବାହାନ ଚଳାଚଳ କରିବା ତ ଦୂରର କଥା ଚାଲିଚାଲି ଯିବାକୁ ମଧ୍ୟ କଷ୍ଠ ହେଉଛି। ରାସ୍ତା ସମସ୍ୟା ନେଇ ଗ୍ରାମବାସୀ  ଦୀର୍ଘ ବର୍ଷ ହେବ ଅନେକ ଥର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଏବଂ ସମସ୍ତ ଜନପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେବଳ ସେମାନଙ୍କୁ ସମସ୍ତେ ମିଥ୍ୟା ପ୍ରତିଶୃତି ଦେଇ ଠକୁଥିବା ଗ୍ରାମବାସୀ ଦୁଃଖର ସହିତ ପରିପ୍ରକାଶ କରିଛନ୍ତି। ଏଣୁ ଯଥାଶୀଘ୍ର ରେଟୁଡ଼ି ଗ୍ରାମକୁ  ପକ୍କା ରାସ୍ତା ନିର୍ମାଣ କରିବା ନିମନ୍ତେ  ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe