ଗାଁରେ ହାତୀ ଉପଦ୍ରବ; ଗ୍ରାମବାସୀ-ଚାଷୀ ଆତଙ୍କିତ

Advertisment
ଗାଁରେ ହାତୀ ଉପଦ୍ରବ; ଗ୍ରାମବାସୀ-ଚାଷୀ ଆତଙ୍କିତ

ବଣାଇଗଡ଼: ଗତକିଛି ଦିନ ହେବ ଦୁଇଟି ଗୋଠଛଡ଼ା ଦନ୍ତାହାତୀ ବଣାଇ ବନଖଣ୍ଡ ସହିତ ଓ ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳର ବିଭିନ୍ନ ଗ୍ରାମର ପାର୍ଶ୍ଵବର୍ତ୍ତୀ ଜଙ୍ଗଲରେ ଘୁରିବୁଲୁଥିବା ବେଳେ ଆଜି ପୁଣି ଏହି ଦୁଇଟି ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ବଣାଇ ବନାଞ୍ଚଳରେ ପ୍ରବେଶ କରିଛନ୍ତି। ଗତକାଲି ରାତିରେ ହାତୀ ଦୁଇଟି ଲହୁଣୀପଡ଼ା ସହର ପାର୍ଶ୍ଵବର୍ତ୍ତୀ ଗ୍ରାମରେ ଘୁରିବୁଲୁଥିବାବେଳେ ଆଜି ଭୋର ସମୟରେ ହାତୀ ଦୁଇଟି ପୁର୍ନବାର ନରେନ୍ଦ୍ର ବାଲିଘାଟ ଦେଇ କେନ୍ଦ୍ରିକଳା ପଞ୍ଚାୟତର ବଣ୍ଡଡିହି, ରାଉତାଣୀ ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି। ହାତୀଦୁଇଟି ଏବେ ସେଠାରେ ଅବସ୍ଥାନ କରୁଥିବାବେଳେ ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଦନ୍ତାହାତୀ ଦୁଇଟି ବର୍ତ୍ତମାନ ଅମଳକ୍ଷମ ଅବସ୍ଥାରେ ଥିବା ପାଚିଲା ଧାନ କ୍ଷେତକୁ ଖାଇଦେବା ସହିତ ମାଟିଦଳି ନଷ୍ଟ କରୁଛନ୍ତି। ଫଳରେ ଚାଷୀକୁଳ ଆର୍ଥିକ କ୍ଷତିଗ୍ରସ୍ତ ହୋଇ ଥିବାବେଳେ ଏହାର ପ୍ରତିକାର ପାଇଁ ସ୍ଥାନୀୟବାସିନ୍ଦା ବଣାଇ ବନବିଭାଗ ଠାରେ ଅଭିଯୋଗ ଆଣିଛନ୍ତି।

publive-image

ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ମାସକ ତଳେ ଏହି ହାତୀ ଦୁଇଟି ଗୋଠଛଡା ହୋଇ ଦେଓଗଡ ବନଖଣ୍ଡରୁ ସୀମାନ୍ତ ଆମ୍ବାଫଳି ଓ ଟେଣ୍ଡରା ଗ୍ରାମ ଦେଇ ବଣାଇ ବନଖଣ୍ଡ ରେ ପ୍ରବେଶ କରିଥିଲେ। ପରେ ବଣାଇଗଡ଼ ସହର ଉପକଣ୍ଠ କର୍ଡ଼ା ହୁଳି ଜଙ୍ଗଲରେ ରହି ବ୍ୟାପକ ଧାନ ଓ ପରିବା ଫସଲ ମାଡ଼ିଦଳି ନଷ୍ଟ କରି ଦେଇଥିଲେ। ପରେ ଚାଷୀ ମାନେ ବଣାଇ ବନଖଣ୍ଡ ଅଧିକାରୀ ସନଥ କୁମାର ଏନଙ୍କୁ ଅଭିଯୋଗ କରିବା ପରେ ବନବିଭାଗ ଦଳବଳ ସହିତ ବ୍ରାହ୍ମଣୀ ନଦୀ ପାର କରି କୁଳିପୋଷ ବନାଞ୍ଚଳକୁ ଘୋଉଡ଼ାଇ ଦେଇଥିଲେ। ସେଠାରେ ବିଭିନ୍ନ ଗ୍ରାମରେ ଦନ୍ତା ହାତୀ ଦୁଇଟି ଉତ୍ପାତ କରି ଘରଦ୍ଵାର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ କରିଥିଲେ। ଏହାପରେ ବନବିଭାଗ ହାତୀ ଦୁଇଟିକୁ ରାଉରକେଲା ବନଖଣ୍ଡର ବାଙ୍କି ବାନାଞ୍ଚଳ ଅନ୍ତର୍ଗତ କେ ବଲାଙ୍ଗ ଓ ରାଜାମୁଣ୍ଡା ସେକ୍ସନର ବିଭିନ୍ନ ଗ୍ରାମ ସଂଲଗ୍ନ ଜଙ୍ଗଲରେ ଘୁରିବୁଲିବା ପରେ ଆଜି ସନ୍ଧ୍ୟାରେ ପୁର୍ନବାର ବଣାଇ ବନାଞ୍ଚଳକୁ ପ୍ରବେଶ କରି  ରାଉତାଣି ଗ୍ରାମ ଜଙ୍ଗଲରେ ଘୁରି ବୁଲୁଛନ୍ତି। ଏହା ଉପରେ ବଣାଇ ବନବିଭାଗର ବନରକ୍ଷୀ ଓ ଅନ୍ୟ କର୍ମଚାରୀ ମାନେ ସେଠାକୁ ଯାଇ ଦୁଇ ଦନ୍ତାହାତୀର ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe