ରାଇରଙ୍ଗପୁର: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବ୍ଲକ୍ କୁଲେଇଶିଳା ଗ୍ରାପର ଛତ୍ରମଣ୍ଡଳଠାରୁ ବିଜାତଳା ବ୍ଲକର ଭିମଖନ୍ଦା ଗ୍ରାମ ମଧ୍ୟରେ ଥିବା କାତ୍ରା ନାଳ ସେତୁ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି। ଫଳରେ ଗ୍ରାମବାସୀ ସମସ୍ୟା ଘେରରେ ପଡ଼ି ହନ୍ତସନ୍ତ ହେଉଛନ୍ତି।
ସୂଚନାଯୋଗ୍ୟ, ପ୍ରକଳ୍ପ ଓମବାଡିସିର ଓଡିଶାର ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ସୂଚିତ ହୋଇଛି ଯେ, ରାସ୍ତା କାର୍ଯ୍ୟ ୨୦୧୯ ମସିହା ୨୧ ଅଗଷ୍ଟରେ ଆରମ୍ଭ ହୋଇ ୨୧ ଫେବ୍ରୁୟାରି ୨୦୨୧ ରେ ସମ୍ପୂର୍ଣ୍ଣ ହେବା ନେଇ ସୂଚନା ଫକଳ ଲଗାଯାଇଥିଲା।ତାହାର ଅଟକଳ ମୂଲ୍ୟ ୫ କୋଟି ୬୨ ଲକ୍ଷ ୨୬ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା କିନ୍ତୁ ସମ୍ପୂର୍ଣ୍ଣ ହେବାର ଅବଧିଠାରୁ ୬ ବର୍ଷରୁ ଅଧିକ ବିତିଗଲାଣି କିନ୍ତୁ ଫଳାଫଳ ହୋଇନାହିଁ ।
ପୂର୍ବରୁ ଥିବା ପୁରୁଣା ରାସ୍ତାକୁ ୨ ଫୁଟରୁ ଉର୍ଦ୍ଧ୍ବ ଗାତ କରି ତାଡିବା ପରେ କାର୍ଯ୍ୟ ଅଧାପନ୍ତରିଆ କରି କମ୍ପାନି ଛାଡି ଦେଇଛନ୍ତି। ଏଣୁ ଏହି ରାସ୍ତାଦେଇ ଗମନା ଗମନ କରୁଥିବା ୧୦ରୁ ଅଧିକ ଗ୍ରାମର ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅସରାଏ ବର୍ଷାରେ ରାସ୍ତାରେ ପାଣି ଜମିରହୁଛି, ଯାହା ଫଳରେ ଲୋକେ ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଦେଇ ଆମ୍ବୁଲାନ୍ସ କିମ୍ବା ଅନ୍ୟାନ ଚାରି ଚକିଆ ଯାନ ଯାତାୟତ କରିପାରୁ ନଥିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି। ତେବେ ସଂସ୍ଥା ଛତ୍ରମଣ୍ଡଳଠାରୁ ଭିମଖନ୍ଦା ପର୍ଯ୍ୟନ୍ତ ନିର୍ମାଣ କରିଥିବା ପିଚୁ ରାସ୍ତାରୁ ପିଚୁ ମଧ୍ୟ ଉଠିଯାଉଥିବା ଦେଖିବାକୁ ମିଳୁଛି ।
ଅଧିକ ପଢ଼ନ୍ତୁ: ଆଇପିଏଲ୍ : ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୩୪ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ
ବର୍ତମାନ ସୁଦ୍ଧା ମାତ୍ର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଅଧିକାଂଶ ସ୍ଥାନରେ ଛୋଟିଆ ପୋଲ(କଲଭର୍ଟ) ନିର୍ମାଣ ହେବ ବୋଲି କହି ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ସୂଚନା ଯୋଗ୍ୟ, ରାସ୍ତା କାର୍ଯ୍ୟରେ ବ୍ୟବହାର କରିବା ପାଇଁ ରଖାଯାଇଥିବା ସାମଗ୍ରୀ ସମେତ ସୂଚନାଫକଳ ମଧ୍ୟ ଏହିସ୍ଥାନରୁ ଠିକା ସଂସ୍ଥା ଉଠାଇ ନେଇଥିବା ଦେଖିବାକୁ ମିଳିଛି ।
ତେବେ ଏସମ୍ବନ୍ଧରେ ଗ୍ରାମ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିଲା। ଆଗକୁ ବର୍ଷାଋତୁ ଥିବାରୁ ବର୍ଷା ହେଲେ ଗ୍ରାମବାସୀମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛନ୍ତି। ଯଥାଶୀଘ୍ର ପୋଲ କାର୍ଯ୍ୟ ସମାପ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ: ଏପ୍ରିଲ ୨୭ରେ ଅନୁଷ୍ଠିତ ପରୀକ୍ଷା ବାତିଲ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ: ନୂତନ ତାରିଖ ଘୋଷଣା
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/05/85dCG8MZk9ushqBut2Yp.jpg)