ପାଳି କରି ଜଗୁଛନ୍ତି ଗ୍ରାମବାସୀ: ହାତଗୋଡ଼ ବାନ୍ଧି ଲୁଟୁଛନ୍ତି, ପୁଲିସ ଉପରେ ଭରସା ନାହିଁ

Advertisment

ଘରେ ପଶି ପରିବାରବର୍ଗଙ୍କ ହାତଗୋଡ଼ ବାନ୍ଧି ଲୁଟୁଛନ୍ତି ଦୁର୍ବୃତ୍ତ। ଅଭିଯୋଗ କଲେ ବି ପୁଲିସ ଲୁଟେରାଙ୍କୁ ଧରିପାରୁନି। ପୁଲିସ ଉପରୁ ଆସ୍ଥା ହରାଇ ନିଜ ସୁରକ୍ଷା ନିଜେ କରୁଛନ୍ତି ଗ୍ରାମବାସୀ। ପାଳି କରି ରାତିରେ ପଇଁତରା ମାରୁଛନ୍ତି।

ଘରେ ପଶି ପରିବାରବର୍ଗଙ୍କ ହାତଗୋଡ଼ ବାନ୍ଧି ଲୁଟୁଛନ୍ତି ଦୁର୍ବୃତ୍ତ। ଅଭିଯୋଗ କଲେ ବି ପୁଲିସ ଲୁଟେରାଙ୍କୁ ଧରିପାରୁନି। ପୁଲିସ ଉପରୁ ଆସ୍ଥା ହରାଇ ନିଜ ସୁରକ୍ଷା ନିଜେ କରୁଛନ୍ତି ଗ୍ରାମବାସୀ। ପାଳି କରି ରାତିରେ ପଇଁତରା ମାରୁଛନ୍ତି।

ddgvccvcv

ସୋର: ଘରେ ପଶି ପରିବାରବର୍ଗଙ୍କ ହାତଗୋଡ଼ ବାନ୍ଧି ଲୁଟୁଛନ୍ତି ଦୁର୍ବୃତ୍ତ। ଅଭିଯୋଗ କଲେ ବି ପୁଲିସ ଲୁଟେରାଙ୍କୁ ଧରିପାରୁନି। ପୁଲିସ ଉପରୁ ଆସ୍ଥା ହରାଇ ନିଜ ସୁରକ୍ଷା ନିଜେ କରୁଛନ୍ତି ଗ୍ରାମବାସୀ। ପାଳି କରି ରାତିରେ ପଇଁତରା ମାରୁଛନ୍ତି। ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ। ସୂଚନା ଅନୁସାରେ; ସୋର ବ୍ଲକ୍‌ରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ସୁଯୋଗ ଦେଖି ଲୋକଙ୍କ ଘରେ ପଶି ପରିବାରବର୍ଗଙ୍କ ହାତଗୋଡ଼ ବାନ୍ଧି, ମାଡ଼ମାରି ସୁନାଗହଣା ଓ ଟଙ୍କା ନେଇଯାଉଛନ୍ତି। ଗତ ୨୧ ତାରିଖ ଦିନ ରାତି ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମର ରବୀନ୍ଦ୍ର ନାୟକଙ୍କ ଘରେ ୯ ଜଣ ଦୁର୍ବୃତ୍ତ ପଶି ପରିବାର ଲୋକଙ୍କୁ ବାନ୍ଧି ଓ ମାଡ଼ମାରି ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଏବଂ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ସେହିପରି ଧରିବାକୁ ଉଦ୍ୟମ କରିଥିବା ୨ପଡ଼ୋଶୀ ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।

କେବଳ ଏହି ଘଟଣା ନୁହେଁ, ଗତ ୧ ମାସ ମଧ୍ୟରେ ଟେଣ୍ଟେଇ ସହ ପାଖର ଓ ଅନନ୍ତପୁର ପଞ୍ଚାୟତର ଏକାଧିକ ଘରେ ପଶି ଏହି ଲୁଟେରା ଗ୍ୟାଙ୍ଗ ସମାନ କାଣ୍ଡ ଭିଆଇଛି। ପ୍ରାୟ ୫୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋର ବ୍ଲକ୍‌ ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଅଭିଯୋଗ ହେଉଥିଲେ ବି ପୁଲିସକୁ ସେମିତି କିଛି ଆଖିଦୃଶିଆ ସଫଳତା ମିଳିନି। ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମର ଲୁଟ୍‌ ଘଟଣାରେ କେବଳ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି ୬ଜଣ ଫେରାର୍‌ ଅଛନ୍ତି।

ତେବେ ପୁଲିସର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ପୁଲିସ ଉପରୁ ଆସ୍ଥା ହରାଇ ନିଜ ସୁରକ୍ଷା ନିଜେ କରୁଛନ୍ତି।  ଅନନ୍ତପୁର ପଞ୍ଚାୟତ ଅଇଁରୀ ଗ୍ରାମ ନୂଆସାହିର ୫୦ ପରିବାରର ୫୦ ଜଣ ସଦସ୍ୟ ମିଶି ନିଜ ଗାଁ ସହ ପଡ଼ୋଶୀ ଗାଁଗୁଡ଼ିକୁ ଲୁଟେରାଙ୍କ ଦାଉରୁ ରକ୍ଷା ଦେବା ପାଇଁ ‘ଶାନ୍ତିପଥ’ ନାମକ ଏକ କମିଟି ଗଠନ କରିଛନ୍ତି। କମିଟିରେ ସଭାପତି ଭାବେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ଦେବେନ୍ଦ୍ର କୁମାର ସାହୁ ଥିବା ବେଳେ ସମ୍ପାଦକ ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମକୃଷ୍ଣ ଜେନା, ସମାଜସେବୀ ବିଜୟ ବିଶ୍ୱାଳ ଓ ସଂଜୀବ କୁମାର ପ୍ରଧାନ ଅଛନ୍ତି। ପ୍ରତି ରାତିରେ କମିଟିର ୪ ଜଣ ସଦସ୍ୟ ପାଳି କରି ହାତରେ ଠେଙ୍ଗା ଓ ଟର୍ଚ୍ଚ ଧରି ଏବଂ ହୁଇସିଲ୍‌ ଫୁଙ୍କି ପାଇଁତରା ମାରୁଛନ୍ତି। ରାତି ୧୧ଟାରୁ ସାଢ଼େ ୩ଟା ଯାଏଁ ୨ ଜଣ ଚାଲିଚାଲି ଏବଂ ଅନ୍ୟ ୨ ଜଣ ଦୁଇଟି ବାଇକ୍‌ରେ ବିଭିନ୍ନ ସ୍ଥାନ ବୁଲୁଥିବା ଜଣାପଡ଼ିଛି। ଏନେଇ ସୋର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ସୋର ଥାନା ପକ୍ଷରୁ ରାତିରେ ପାଟ୍ରୋଲିଂ କରାଯାଉଛି। ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା ମଧ୍ୟ ହେଉଛି। ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଯେଉଁ ଲୋକମାନେ ରାତିରେ ନିଜ ସୁରକ୍ଷା ପାଇଁ ପଇଁତରା ମାରୁଛନ୍ତି, ସେମାନଙ୍କ ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe