ରାଜଗାଙ୍ଗପୁର: ଦେଶୀ ମଦ କାରବାର ଚାଲୁଥିବା ଖବର ପାଇ ଗୁରୁବାର ସକାଳୁ ବଡ଼ଗାଁ ,ରାଜଗାଙ୍ଗପୁର ଓ ରାଉରକେଲାର ଅବକାରୀ ବିଭାଗର ଏକ ସ୍ୱନ୍ତ୍ରତ୍ର ଟିମ୍ ଓ ଦେଶୀ ମଦ ଭାଟି କର୍ମଚାରୀଙ୍କୁ ଧରି ମିଳିତ ଭାବରେ ରାଜଗାଙ୍ଗପୁର ମାଲିଡ଼ିହି କରଲାକାନୀ ଅଞ୍ଚଳରେ ଚଢ଼ଉ କରିଥିଲେ ।
ଚଢ଼ଉ ବେଳେ ଭାଟି କର୍ମଚାରୀଙ୍କୁ ଦେଖି ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଭାଟିକର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କ ଆକ୍ରମଣରେ ୫ଜଣ ଭାଟି କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ: ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଆହତମାନେ ହେଲେ ମନୀଷ ସିଂ ରାଜପୁତ, ଲମଲେଶ ସିଂ, କୁଳେନ୍ଦ୍ରର ସିଂ , ସୁନୀଲ କୁମାର, ମୁନ୍ନା କୁମାର ସିଂ । ସମସ୍ତେ ରାଜଗାଙ୍ଗପୁର ଲିପଲୋଇ ଭାଟି କର୍ମଚାରୀ ବୋଲି ସୂଚନା ମିଳିଛି।
ଆହତଙ୍କୁ ରାଜଗାଙ୍ଗପୁର ସିଏଚସିରେ ପ୍ରାଥମିକ ଚିକିତ୍ସା ପରେ ୨ ଜଣ ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ରାଜଗାଙ୍ଗପୁର ଥାନାରେ ଏତଲା ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ଭୂକମ୍ପରେ ଥରହର ଗ୍ରୀସ୍: ବଡ଼ ଧରଣର ଭୂମିକମ୍ପ ଝଟକା ପରେ ସୁନାମୀ ଆଶଙ୍କା, ଲୋକେ ଆତଙ୍କିତ...
sundargarh | Crime