କଙ୍ଗାରୁ କୋର୍ଟରେ ପ୍ରେମୀଯୁଗଳଙ୍କୁ ଉଲଗ୍ନକରି ମାଡ଼ମାରିଲେ ଗ୍ରାମବାସୀ

ଭିଡିଓ ଭାଇରାଲ ପରେ ୪ ଗିରଫ

କଙ୍ଗାରୁ କୋର୍ଟରେ ପ୍ରେମୀଯୁଗଳଙ୍କୁ ଉଲଗ୍ନକରି ମାଡ଼ମାରିଲେ ଗ୍ରାମବାସୀ

ମାଲକାନଗିରି: ସଭ୍ୟ ସମାଜରେ ଅସଭ୍ୟ ଚିତ୍ର ଏବେ ସାମ୍ନାକୁ ଆସିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଉରେନ୍ଦାବେଡା ଗ୍ରାମରେ କିପରି ପ୍ରେମୀଯୁଗଳଙ୍କୁ ଉଲଗ୍ନ କରି ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣା ଏବେ ଦେଶର ଆଇନକାନୁନକକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ସ୍ପର୍ଶକାତର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ସୋସିଆଲ ମିଡିଆରେ ଏହାକୁ ନିନ୍ଦା କରାଯିବା ସହ ଏଭଳି ଘଟଣା ଘଟିବା ସଭ୍ୟ ସମାଜ ପାଇଁ ନିନ୍ଦନୀୟ ବୋଲି କୁହାଯାଇଛି।

ଉରେନ୍ଦାବେଡା ଗ୍ରାମର ଜଣେ ବିବାହିତ ପୁରୁଷ ସେହି ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମସଂପର୍କ ରଖି ଏକ ଅଜଣା ଜାଗାରେ ଦୁହେଁ ଅସଂଯତ ଅବସ୍ଥାରେ ରହିଥିବା ବେଳେ ସ୍ଥାନୀୟ ଲୋକେ ଦେଖିବା ପରେ ପୁରୁଷଙ୍କ ପତ୍ନୀଙ୍କୁ ଡାକି ଦେଖାଇଥିଲେ। ପତ୍ନୀ ଗ୍ରାମବାସୀଙ୍କୁ ଡାକି ସ୍ବାମୀ ଏବଂ ତାଂକ ପ୍ରେମିକାକୁ ଗ୍ରାମର ମଧ୍ୟ ଭାଗରେ ଉଲଗ୍ନ କରି ମାଡ଼ ମାରିଥିଲେ। ଗ୍ରାମବାସୀ ଦୁହିଁଙ୍କୁ ଏତେ ମାଡ଼ ମାରିଥିଲେ ଯେ ସେମାନେ ଯେତେ କାକୁତିମିନତି ହେଲେ ମଧ୍ୟ ଛାଡ଼ିନଥିଲେ ବରଂ ଗ୍ରାମରେ ଉଲଗ୍ନ କରି ବୁଲାଇଥିଲେ। ପ୍ରେମୀ ଯୁଗଳଙ୍କୁ କାଠ ଫାଳିଆରେ ବାଡେଇ ଲହୁଲୁହାଣ କରିଥିଲେ ମଧ୍ୟ ତାଙ୍କର ରାଗ ଶାନ୍ତ ହୋଇନଥିଲା। ତେବେ ଏହି ଘଟଣାର ଭିଡିଓ କରି କିଛି ଯୁବକ ସୋସିଆଲ ମିଡିଆରେ ମଧ୍ୟ ଛାଡି ଦେଇଥିଲେ। ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ଭିଡିଓ। ତେବେ ପୁଲିସ ଭିଡିଓକୁ ଆଧାର କରି ଯୁବକଙ୍କ ସ୍ତ୍ରୀକୁ ଗିରଫ କରିବା ସହ ଗ୍ରାମର କିଛି ଲୋକଙ୍କୁ ମଧ୍ୟ ଗିରଫ କରିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe