DNA India
କଳାବାଡ଼ିଆ : ଗତ ରାତିରେ ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ରାତିରେ ବୁଲୁଥିବା ଦୁଇ ଯୁବକଙ୍କୁ ଛୁଆଧରା ଭାବି ଗ୍ରାମବାସୀମାନେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି।
ଖବର ଅନୁଯାୟୀ ସମ୍ପର୍କରେ କକା-ପୁତୁରା ହୋଉଥିବା ବାରିପଦା ଅଞ୍ଚର ଦୁଇ ଯୁବକ ରାତିରେ ନିକଟସ୍ଥ ଗ୍ରାମକୁ ପାଣି ପିଇବାକୁ ଯାଇଥିଲେ। ତେବେ କିଛି ଗାଁ ଲୋକ ତାଙ୍କ ପରିଚୟ ମାଗିଥିଲେ ଏବଂ ଯୁବକ ଦ୍ବୟ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ତେଣୁ ଗ୍ରାମବାସୀ ଛୁଆଧରା ବୋଲି ସନ୍ଦେହ କରି ଉଭୟଙ୍କୁ ବାନ୍ଧି ପକାଇ ମାଡ଼ ମାରିଥିଲେ। ତେବେ ମାଡ଼ ଖାଇବା ପରେ ଯୁବକ ଦୁଇଜଣ ମତ ବଦଳାଇବା ସହ ଗ୍ରାମର ଜଣେ ମହିଳାଙ୍କ ଡାକରାରେ ଆସିଥିବା କହିଥିଲେ। ପରେ ଗ୍ରାମବାସୀ ଖୋଳତାଡ଼ କରିବାରୁ ଉକ୍ତ ମହିଳାଙ୍କ ସହ ଯୁବକଙ୍କ ପୂର୍ବରୁ ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଥିଲା ଏବଂ ଗ୍ରାମସଭା ଡକାଯାଇ ଘଟଣାର ସମାଧାନ କରାଯାଇଥିଲା। ୧୮ ଘଣ୍ଟାରୁ ଅଧିକ ସମୟ ଧରି ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପୁଲିସ ପାଖରେ କୌଣସି ସୂଚନା ନଥିଲା। ସୂଚନାଯୋଗ୍ୟ ଗତବର୍ଷ ଏହି ଥାନା ଅଞ୍ଚଳରେ ପିଲାଚୋର ସନ୍ଦେହରେ ଜଣଙ୍କୁ ଗ୍ରାମବାସୀ ପିଟିପିଟି ମାରି ଦେଇଥିଲେ। ଉକ୍ତ ଘଟଣାରେ କର୍ତ୍ତବ୍ୟରେ ଅବହେଳା କାରଣରୁ ଜଣେ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।
Follow Us