ଦୁର୍ଘଟଣା ପ୍ରବଣ ସ୍ଥାନରେ ହମ୍ପସ ନିର୍ମାଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ

ବୈଶିଙ୍ଗା -ମାଣତ୍ରୀ ରାସ୍ତାର ମୋହନପୁର ଛକରେ ଶନିବାର ଅପରାହ୍ନ ସାଢେ ପାଞ୍ଚଟାରେ ବାଇକ ଏବଂ ସାଇକେଲ ମଧ୍ୟରେ ଦୁର୍ଘଟଣାରୁ ଉତ୍ତେଜନା ପ୍ରକାଶ ପାଇବା ସହିତ ଦ୍ରୁତଗାମୀ ଗାଡି ଗୁଡିକର ଗତି ନିୟନ୍ତ୍ରଣ ପାଇଁ ହମ୍ପସ ଦାବିରେ ସ୍ଥାନୀୟଲୋକ ରାସ୍ତାରୋକ କରିଥିଲେ...

Villagers block roads demanding construction of humps at accident-prone areas

Villagers block roads demanding construction of humps at accident-prone areas Photograph: (sambad.in)

ବୈଶିଙ୍ଗା: ବୈଶିଙ୍ଗା -ମାଣତ୍ରୀ ରାସ୍ତାର ମୋହନପୁର ଛକରେ ଶନିବାର ଅପରାହ୍ନ ସାଢେ ପାଞ୍ଚଟାରେ ବାଇକ ଏବଂ ସାଇକେଲ ମଧ୍ୟରେ ଦୁର୍ଘଟଣାରୁ ଉତ୍ତେଜନା ପ୍ରକାଶ ପାଇବା ସହିତ ଦ୍ରୁତଗାମୀ ଗାଡି ଗୁଡିକର ଗତି ନିୟନ୍ତ୍ରଣ ପାଇଁ ହମ୍ପସ ଦାବିରେ ସ୍ଥାନୀୟଲୋକ ରାସ୍ତାରୋକ କରିଥିଲେ।

ସୂଚନା ମୁତାବକ ମାଣତ୍ରୀ -ବୈଶିଙ୍ଗା ଏମଡିଆର -୭୦ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତିକରଣ ପରେ ଯାନବାହାନ ଗୁଡିକ ଅତ୍ୟନ୍ତ ଦ୍ରୁତଗତିରେ ଚଳାଚଳ କରୁଥିବାରୁ ମୋହନପୁର ଛକ ଇଲାକାରେ ବାରମ୍ବାର ଦୁର୍ଘଟଣା ଘଟି ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଯୋଉଁଥିପାଇଁ ଏହି ସ୍ଥାନ ଏବେ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ଲୋକେ ଚର୍ଚ୍ଚା କଲେଣି। ତେବେ ଦ୍ରୁତଗତିରେ ଚଳାଚଳ କରୁଥିବା ଗାଡିଗୁଡିକର ବେଗ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ହମ୍ପସ ନିର୍ମାଣ ପାଇଁ ବାରମ୍ବାର ଦାବି ଜଣାଇ ଆସୁଥିଲେ ସୁଦ୍ଧା ପୂର୍ତ୍ତ ବିଭାଗର ଅଧିକାରୀ ମାନେ ଏନେଇ କୌଣସି କର୍ଣ୍ଣପାତ କରୁ ନଥିଲେ। 

ଶନିବାର ସ୍ଥାନରେ ଦୁଇ ଦୁଇଟି ଭୟଙ୍କର ଦୁର୍ଘଟଣା ଘଟି ୨ମୃତାହତ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଶନିବାର ଅପରାହ୍ନରେ ଜନୈକ ସାଇକେଲ ଚାଳକଙ୍କୁ ଦ୍ରୁତଗାମୀ ବାଇକ ଧକ୍କା ଦେବାପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଲାଗି ରହିରହିବା ଉତ୍ତେଜନା କ୍ରମଶଃ ଉଗ୍ରରୂପ ଧାରଣ କରିବା ସହିତ ପୁଞ୍ଜିଭୂତ ଅସନ୍ତୋଷ ଶେଷରେ ଆନ୍ଦୋଳନର ରୂପ ଧାରଣ କରିଥିଲା।

ଶତାଧିକ ପୁରୁଷ ଏବଂ ମହିଳା ରାସ୍ତାରୋକ କରି ବୈଶିଙ୍ଗା -ମାଣତ୍ରୀ ମଧ୍ୟରେ ସନ୍ଧ୍ୟା ପର୍ଯ୍ୟନ୍ତ ଯାତାୟାତକୁ ଠପ୍ କରିଦେଇଥିଲେ। ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଥାନା ଅଧିକାରୀ ବିଭାଗର ନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଅଧିକ ପଢ଼ନ୍ତୁ: ଜଙ୍ଗଲରୁ ଜବତ ୧୯୨୦ କିଲୋଗ୍ରାମ ଗଞ୍ଜେଇ କୋର୍ଟରେ ପ୍ରଦର୍ଶିତ କଲେ ପୁଲିସ

ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ମୁତାବକ ସଙ୍ଗେସଙ୍ଗେ ଏକ ଅସ୍ଥାୟୀ ହମ୍ପସ ନିର୍ମାଣ କରାଯାଇଥିବା ବେଳେ ଆସନ୍ତା ସପ୍ତାହରେ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥାୟୀ ହମ୍ପସ ନିର୍ମାଣ ନେଇ ପ୍ରତିଶୃତି ମିଳିବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । 

ଦୀର୍ଘ ସମୟ ଧରି ରାସ୍ତାରୋକ ପାଇଁ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର ପୂର୍ବକ ରାସ୍ତାରୋକ ହଟିବାପରେ ଯାତାୟାତ ସ୍ୱାଭାବିକ ହୋଇଛି ।

ଅଧିକ ପଢ଼ନ୍ତୁ: ନିଖୋଜ ଯୁବକଙ୍କର ମୃତ ଦେହ ଗାଁ ପୋଖରୀରୁ ଉଦ୍ଧାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe