ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ପଣ୍ଡିଆପାଲି ମେହେର ପଡ଼ାରେ ୫ଦିନ ହେଲା ବିଦ୍ୟୁତ ସେବା ମିଳୁନାହିଁ। ଗ୍ରାମବାସୀ ବିଦ୍ୟୁତ କର୍ମଚାରୀଙ୍କୁ ଜଣାଇଲେ ବିଭିନ୍ନ ବାହାନା କରି ବିଳମ୍ବ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ ଶନିବାର ବୀରମହାରାଜପୁର ବିଦ୍ୟୁତ କାର୍ଯ୍ୟାଳୟକୁ ଗ୍ରାମବାସୀ ଘେରିଛନ୍ତି।

ତେବେ ବିଭାଗୀୟ ଯନ୍ତ୍ରୀ ନଥିବାରୁ ଆମେ କିଛି କରିପାରିବୁ ନାହିଁ ବୋଲି ବିଦ୍ୟୁତ୍‌ କର୍ମଚାରୀମାନେ କହିଛନ୍ତି। ତୁରନ୍ତ ଗ୍ରାମକୁ ବିଦ୍ୟୁତ ସେବା ଯୋଗାଇ ଦିଆନଗଲେ ଆମରଣ ଅନଶନ ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗୀତାଞ୍ଜଳି ମେହେର, ଜିତେନ ମେହେର, ପଦ୍ମାବତୀ ମେହେର, ଜୟନ୍ତୀ ମେହେର, ଲକ୍ଷ୍ମୀ ମେହେର, ହେମନ୍ତ ମେହେର, ଚତୁର୍ଭୁଜ ମେହେର, ଇଶ୍ଵର ମେହେର, ମନୋଜ ମେହେର, ସହଦେବ ମେହେର ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ। ଖବର ପାଇ ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସନ୍ତୋଷ ଭୋଇ ପଣ୍ଡିଆପାଲି ମେହେର ସାହିରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe