୪ ଗ୍ରାମବାସୀଙ୍କ ଭୋଟ ବର୍ଜନ

Advertisment
୪ ଗ୍ରାମବାସୀଙ୍କ ଭୋଟ ବର୍ଜନ

ପୁଲିସ୍‌ ରାମାୟଣ ନାଟକ ବନ୍ଦ କରିବା ପ୍ରତିବାଦରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁମ୍ଭାରଗାଁର ଲୋକମାନେ ଭୋଟ ବର୍ଜନ କରିଛନ୍ତି...

ବାଲିଗୁଡା : ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ଥିବା ଚାରୋଟି ଗ୍ରାମର ଛଅଶହରୁ ଅଧିକ ଭୋଟର ଭୋଟ ବର୍ଜନ କରିଥିବା ଜଣାପଡିଛି । ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ଗ୍ରାମପଂଚାୟତର ବୁଥ ନମ୍ବର ୫୨ରେ ଗଙ୍ଗେରି, ଟଙ୍ଗମ, ଡିକୁଲାମିଲା, ପଲସିମିଲା ଆଦି ଗ୍ରାମର ପ୍ରାୟ ଛଅଶହରୁ ଅଧିକ ଭୋଟର ଭୋଟ ବର୍ଜନ କରିଛନ୍ତି। ପୁଷାଙ୍ଗିଆ ପ୍ରାଥମିକ ବିଦ୍ୟାଳୟରେ ଏହି ୪ ଗ୍ରାମର ଗ୍ରାମବାସୀଙ୍କ ପାଇଁ ବୁଥ ହୋଇଥିବାରୁ ଭୋଟ ଦେବାକୁ କେହି ଯାଇନଥିବା କୁହାଯାଇଛି । ଅନ୍ୟପଟେ ଏସବୁ ଗ୍ରାମକୁ ସବୁଦିନିଆ ରାସ୍ତା ,ପାନୀୟଜଳ ଓ ବିଦ୍ୟୁତ ସଂଯୋଗ ନଥିବାରୁ ଗ୍ରାମବାସୀ ବୈଠକ କରି ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଥିଲେ । ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କରି କିଛି ସୁଫଳ ମିଳିଲା ନାହିଁ । ଗ୍ରାମବାସୀ ସବୁଦିନ ଅଣଦେଖାର ଶିକାର ହେବା ଯୋଗୁ ବାଧ୍ୟ ହୋଇ ଭୋଟ ବର୍ଜନ କରିଛୁ ବୋଲି ସମିତିସଭ୍ୟ ସରମିତା ମଳିକ କହିଛନ୍ତି। ସେ‌ମାନଙ୍କୁ ମୌଳିକ ସୁବିଧା ନମିଳିବା ପର୍ଯ୍ୟନ୍ତ ସମସ୍ତେ ନିବାର୍ଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe