ଜେଏସ୍‌ଡବ୍ଲୁ ପ୍ରକଳ୍ପ ଜନ ଅଭିଯୋଗ ଶୁଣାଣିରେ ଗ୍ରାମବାସୀଙ୍କ ଦାବି

Advertisment

ପୋଷ୍ୟଗ୍ରାମ ଭାବେ ଗ୍ରହଣକର, ୧୧ ଦଫା ଦାବି ପୂରଣ କର

ପୋଷ୍ୟଗ୍ରାମ ଭାବେ ଗ୍ରହଣକର, ୧୧ ଦଫା ଦାବି ପୂରଣ କର

ଜେଏସ୍‌ଡବ୍ଲୁ ପ୍ରକଳ୍ପ ଜନ ଅଭିଯୋଗ ଶୁଣାଣିରେ ଗ୍ରାମବାସୀଙ୍କ ଦାବି

କୁଜଙ୍ଗ/ଏରସମା : ପ୍ରଥମେ ୧୧ ଦଫା ଦାବି ପୂରଣ କର। ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କର। ଏଥିପାଇଁ ତ୍ରିପାକ୍ଷିକ ଭରସାଯୋଗ୍ୟ ଚୁକ୍ତି କର। ତା’ ପରେ ପ୍ରକଳ୍ପ ଆରମ୍ଭ କର। ଶୁକ୍ରବାର ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟ ପ୍ରକଳ୍ପ ପାଇଁ ଜନ ଅଭିଯୋଗ ଶୁଣାଣି ବେଳେ ଗ୍ରାମବାସୀ ଏଭଳି ମତ ରଖିଛନ୍ତି। ଫଳରେ ପ୍ରକଳ୍ପକୁ ନେଇ ରହିଥିବା ବିବାଦର ସମାଧାନର ଆଶା ସୃଷ୍ଟି ହୋଇଛି।

ଗୋବିନ୍ଦପୁର ଗ୍ରାମର ମଙ୍ଗଳାପଡାଠାରେ ଏରସମା ବିଡିଓ କୈଳାସଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଗୋବିନ୍ଦପୁର ଗ୍ରାମବାସୀ ପ୍ରକଳ୍ପ ସପକ୍ଷରେ ମତ ରଖିଥିବା ବେଳେ ଏଥିପାଇଁ ୧୧ ଦଫା ସର୍ତ୍ତ ଆରୋପ କରିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ପ୍ରଫୁଲ୍ଲ ମହାନ୍ତି ପ୍ରାରମ୍ଭରେ ନିଜର ମତରଖି ଏହି ସର୍ତ୍ତ ଉପସ୍ଥାପନ କରିବା ସହିତ ପ୍ରଥମେ ଗୋବିନ୍ଦପୁର ଗ୍ରାମକୁ ଜେଏସଡବ୍ଲ୍ୟୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରୁ ବୋଲି ଦାବି ରଖିଥିଲେ। ବୈଠକରେ ନିର୍ଦ୍ଦିଷ୍ଟ କିଛି ଯୁବକ ପ୍ରକଳ୍ପ ବିରୋଧରେ ମତବ୍ୟକ୍ତ କରିବା ସହିତ ପ୍ରଥମେ ପରିବେଶ ମଞ୍ଜୁରୀ ଆଣିବାକୁ ଦାବି କରିବା ସହିତ ଏହି ବୈଠକରେ ଜେଏସ୍‌ଡବ୍ଲୁ ଅଧିକାରୀଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବୈଠକ ଆଗକୁ ବଢିବା ସହିତ ବିଭିନ୍ନ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ଓ ସୂଚନା, ଲୋକ ସମ୍ପର୍କ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସ ବକ୍ତବ୍ୟ ପ୍ରଦାନକରି ସ୍ଥାନୀୟ ଅଂଚଳବାସୀଙ୍କର ସମସ୍ୟା, ଅଭାବ, ଅସୁବିଧା ଦୂର ହେବା ଉପରେ ଗୁରୁତ୍ବ ଦେବା ସହିତ ଏହାର ବଦଳରେ ଗ୍ରାମବାସୀ ଜେଏସଡବ୍ଲ୍ୟ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସହଯୋଗ କରିବାକୁ ନିବଦେନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ଏସ୍‌ପି ଅଖିଳେଶ୍ବର ସିଂ, ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣବ ସ୍ବାଇଁ, ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ସରପଂଚ କିଶୋର ପରିଡ଼ା, ସାଂସଦ ପ୍ରତିନିଧି ପୀତବାସ ଗୋଛାୟତ. ଜେଏସଡବ୍ଲ୍ୟ ଅଧିକାରୀ ବିଭୁଦେନ୍ଦୁ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe