ଚଢ଼ାଉ ସମୟରେ ‌ପୁଲିସ୍ ହଟହଟା: ରାତି ସାରା ଅଟକ ରଖିଲେ ଗ୍ରାମବାସୀ

Advertisment
ଚଢ଼ାଉ ସମୟରେ ‌ପୁଲିସ୍ ହଟହଟା: ରାତି ସାରା ଅଟକ ରଖିଲେ ଗ୍ରାମବାସୀ

ଚାନ୍ଦବାଲି: ଚଢ଼ାଉ ସମୟରେ ସାମାନ୍ୟ ଭୁଲ୍ ଯୋଗୁ ପୁଲିସ୍ ବାହିନୀଙ୍କୁ ହଟହଟା ହେବାକୁ ପଡ଼ିଛି। ଚାନ୍ଦବାଲିର ଖଦାଳପୋଖରୀ ପଞ୍ଜାୟତ ବ୍ରହ୍ମଟିକିରା ଗାଁରେ ପୁଲିସ୍ ଟିମ୍‌ଙ୍କୁ ଅଟକ ରଖାଯାଇଥିଲା। ବଂଶଡ଼ା ପୁଲିସ୍ ସହ ଘଣ୍ଟେଶ୍ବର ଫାଣ୍ଡି ଅଧିକାରୀଙ୍କୁ ଗାଁ ଲୋକେ ରାତିସାରା ଅଟକ ରଖିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ କରିବାକୁ ଆସିଥିବା ଟିମ୍ ଅନ୍ୟ ଜଣେ ଲୋକଙ୍କ ଘରେ ଚଢ଼ାଉ କରିଥିଲେ। ପୁଲିସ୍‌ର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିଥିଲେ। ପୁଲିସ୍ ଟିମ୍ ନିଜ ଭୁଲ୍ ମାନିବା ପରେ ଗୁରୁବାର ସକାଳେ ପୁଲିସ୍ ଟିମ୍‌କୁ ଗ୍ରାମବାସୀ ଛାଡିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe