ପୋଷ୍ଟମାଷ୍ଟରଙ୍କୁ ଅଟକ ରଖିଲେ ଗ୍ରାମବାସୀୟ

Advertisment
ପୋଷ୍ଟମାଷ୍ଟରଙ୍କୁ ଅଟକ ରଖିଲେ ଗ୍ରାମବାସୀୟ

ଉଦଳା-୧: ଉଦଳା ଥାନା ଅନ୍ତର୍ଗତ ଆଠପଡ଼ା ଗ୍ରାମର ପୋଷ୍ଟମାଷ୍ଟର ଉତ୍ତମ ମହାନ୍ତି ଲକ୍ଷାଧିକ ଟଙ୍କା ହଡପ୍‌ କରିଥିବା ଅଭିଯୋଗ ଆସିଛି। ବିଭିନ୍ନ ଆଳ ଦେଖାଇ ସ୍ଥାନୀୟ ଗ୍ରାମବାସୀଙ୍କ ଅଜାଣତରେ ଦସ୍ତଖତ କରାଇ ନେଇ ଡାକଘରେ ଥିବା ସେମାନଙ୍କ ସଞ୍ଚୟ ଖାତାରୁ ସେ ଟଙ୍କା ଉଠାଇ ନେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଖାତାରୁ ଟଙ୍କା ଗାଏବ ହୋଇଯିବା କଥା ଗ୍ରାମବାସୀ ତାଙ୍କୁ ପଚାରିବାରୁ ସେ ଜାଣି ନଥିବା କହିଥିଲେ। ଏହାର ପ୍ରତିବାଦରେ ଆଜି ସନ୍ଧ୍ୟାରେ ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଡାକଘର ଘେରଉ କରିବା ସହ ଶ୍ରୀ ମହାନ୍ତିଙ୍କୁ ସେଠାରେ ଅଟକ ରଖିଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଉଦଳା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଘଟଣା ସମ୍ପର୍କରେ ଶ୍ରୀ ମହାନ୍ତିଙ୍କୁ ପଚାରିବାରୁ ସେ ନେଟ୍‌ୱର୍କ ସମସ୍ୟା ଯୋଗୁ ଲୋକଙ୍କ ଖାତାରେ ଜମା ରାଶି ଅପଡେଟ୍ ହୋଇ ନଥିବା ଓ ଟଙ୍କା ହଡପ୍‌ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe