ଗାଁରେ ୪ ଦିନ ବିଦ୍ୟୁତ ନ ଥିଲା, ବିଭାଗୀୟ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଗାଁରେ ୪ ଦିନ ବିଦ୍ୟୁତ ନ ଥିଲା, ବିଭାଗୀୟ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ରାଇଘର: ଗାଁ କମିଟି ସେଣ୍ଟରରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। କାରଣ ହେଲା ଗାଁରେ ୪ ଦିନ ହେଲା ବିଦ୍ୟୁତ ନାହିଁ। ନବରଂଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ରାଇଘର ବ୍ଲକ ଗଞ୍ଜାପାରା ପଂଚାୟତର ହାତୀବେନା ଡିଏନକେ ଗ୍ରାମରେ ଗତ ୪ ଦିନ ହେବ ଗ୍ରାମରେ କରେଣ୍ଟ ନ ଥିବାରୁ ଗ୍ରାମର ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗରମ ଦିନ ବିଦ୍ୟୁତ ପାଣି ମୋଟର ନ ଚାଲିବାରୁ ପିଇବାକୁ ପାଣି, ମୋବାଇଲ ଚାର୍ଜ କରିବାର, ପିଲାଛୁଆଙ୍କ ପାଠ ପଢ଼ିବାର ଆଦି ଅସୁବିଧା ହେଉଛି। ଗ୍ରାମରେ ଛୋଟ ଟ୍ରାନ୍ସଫରମର ରହିବା ଫଳରେ ବିଭିନ୍ନ ଜାଗାରେ ତାରଛିଣ୍ଡି ଯିବାରୁ ଏହିପରି ଅସୁବିଧା ଉପୁଜିଥିବାର ଦେଖିବାର ମିଳିଛି।

ବୁଧବାର ବିଦ୍ୟୁତ ବିଭାଗର କର୍ମଚାରୀମାନେ ସଜାଡ଼ିବାକୁ ଯିବାବେଳେ ଆଜି ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ସକାଳରୁ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଗ୍ରାମର କମିଟି ସେଣ୍ଟର ଗୃହରେ ଅଟକ ରଖିଥିଲେ। ଯେତେ ସମୟ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଏବଂ ଏସଡିଓ ଗ୍ରାମ ରେ ଆସି ସମସ୍ୟାର ସମାଧାନ ନ କରନ୍ତି ସେତେପର୍ଯ୍ୟନ୍ତ କର୍ମଚାରୀମାନେ ଅଟକ ଥିବେ ବୋଲି କହିଥିଲେ।

ଏହି ବିଷୟରେ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ପଚାରିବାରୁ ଆମ କର୍ମଚାରୀମାନେ ଗ୍ରାମକୁ ଯାଇଛନ୍ତି। ୨ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe