ଗ୍ରାମବାସୀଙ୍କୁ ଘାରିଛି ହାତୀ ଭୟ: ଗାଁରେ ସୋଲାର ଲାଇଟ ଲଗାଇବା ପାଇଁ କଲେ ଦାବି

ଗ୍ରାମବାସୀଙ୍କୁ ଘାରିଛି ହାତୀ ଭୟ: ଗାଁରେ ସୋଲାର ଲାଇଟ ଲଗାଇବା ପାଇଁ କଲେ ଦାବି

ଘୁ.ଉଦୟଗିରି: ଦୀର୍ଘ ଦିନ ହେଲା ହାତୀଙ୍କ ଉପଦ୍ରବରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୬ନଂ ୱାର୍ଡର ରେଟୁଡି ଗାଁରେ ଗତ କିଛିଦିନ ହେଲା ହାତୀପଲ ଆତଙ୍କ ସୃଷ୍ଟି କରିଚାଲିଥିବା ବେଳେ ସଞ୍ଜ ନଇଁଲେ ଗ୍ରାମବାସୀ ତାଟି କବାଟ ପକେଇ ଘରେ ରହୁଥିବା କହୁଥିବା ବେଳେ ଗ୍ରାମବାସୀ ଦାବି କରିଛନ୍ତି ଗ୍ରାମରେ ରାସ୍ତା କଡ଼େ ସ୍ଥାନେ ସ୍ଥାନେ ସୋଲାର ଷ୍ଟ୍ରିଟ ଲାଇଟ ଲଗାଯାଉ। କିଛି ନହେଲେ ଆମେ ରାତିରେ ହାତୀଙ୍କ ଗତିବିଧି ତ ଜାଣି ପାରିବୁ।

ଭୟରୁ ମୁକ୍ତି ତ ପାଇବୁ। ପାହାଡ଼ ଘଞ୍ଚ ଜଙ୍ଗଲ ଘେରା ରେଟୁଡି ଗାଁ ହେଉଛି ଏକ ଦୁର୍ଗମ ଅଞ୍ଚଳ।ସମସ୍ୟା ବହୁଳ ଏହି ଗାଁ। ଗ୍ରାମର ସମସ୍ତ ଅଧିବାସୀ ଚାଷ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ବେଳେ ବର୍ତ୍ତମାନ କିଛି ଦିନ ହେଲା ହାତୀପଲ ମାତିବା ଯୋଗୁଁ ରେଟୁଡି ଗ୍ରାମବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ସହ ଏକ ପ୍ରକାର ଭୟର ବାତାବରଣରେ ଜୀବନ ନିର୍ବାହ କରୁଛନ୍ତି। ଗତ ସପ୍ତାହରେ ଦନ୍ତା ହାତୀ ଆକ୍ରମଣରେ ଜଣେ ୨୫ବର୍ଷୀୟ ଯୁବକ ଆହତ ହେବା ପରେ ଗ୍ରାମବାସୀ ଅଧିକ ଭୟଭୀତ ହୋଇ ରହିଥିବା ବେଳେ ଗ୍ରାମରେ ସୋଲାର ଷ୍ଟ୍ରିଟ ଲାଇଟ ଲାଗେଇବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe