ପକ୍ଷୀଙ୍କ ସୁରକ୍ଷାରେ ଗ୍ରାମବାସୀ: ଗେଣ୍ଡାଳିଆ ଶିକାର କଲେ ୫ ହଜାର ଜରିମାନା

Advertisment

୩୦୦ ବର୍ଷ ହେଲା ଆସୁଛନ୍ତି

୩୦୦ ବର୍ଷ ହେଲା ଆସୁଛନ୍ତି

ପକ୍ଷୀଙ୍କ ସୁରକ୍ଷାରେ ଗ୍ରାମବାସୀ: ଗେଣ୍ଡାଳିଆ ଶିକାର କଲେ ୫ ହଜାର ଜରିମାନା

କଙ୍କଡ଼ାହାଡ଼: ମୌସୁମୀ ଆଗମନରେ ପ୍ରତିବର୍ଷ ଗାଁକୁ ଆସନ୍ତି ଗେଣ୍ଡାଳିଆ। ସେମାନେ ଆସିଲେ ଭଲ ଫସଲ ହେବ ବୋଲି ଗ୍ରାମବାସୀଙ୍କର ବିଶ୍ବାସ ରହିଛି। ଏଣୁ ଗ୍ରାମବାସୀ ଗେଣ୍ଡାଳିଆ ସୁରକ୍ଷା ନେଇ ତତ୍ପର ଥାନ୍ତି। ଏଥିପାଇଁ ଗାଁରେ କଠୋର ନିୟମ କରାଯାଇଛି। ଯଦି କେହି ଗେଣ୍ଡାଳିଆଙ୍କ ଶିକାର କରନ୍ତି ଅବା ମାରନ୍ତି, ସେମାନଙ୍କୁ ଜରିମାନା ଦେବାକୁ ହେବ। ଶହେ କି ଦୁଇଶହ ନୁହେଁ, ୫ ହଜାର ଟଙ୍କା ଜରିମାନା ଦେବାକୁ ନିୟମ କରାଯାଇଛି। ଏହି ଗାଁ ହେଉଛି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ଗଡ଼ପଳାଶୁଣି। ଗାଁ ଚାରିପାଖରେ ରହିଛି ୧୨ରୁ ୧୩ଟି ତେନ୍ତୁଳି ଓ ଆମ୍ବ ଗଛ। ଏହି ଗଛରେ ପାଖାପାଖି ୮୦୦୦ରୁ ୯୦୦୦ ଗେଣ୍ଡାଳିଆ ପକ୍ଷୀ ବସା ବାନ୍ଧନ୍ତି। ପ୍ରତିବର୍ଷ ରଜ ପରେ ପକ୍ଷୀମାନେ ଏଠାକୁ ଆସନ୍ତି। ଏଠାରେ ବସାବାନ୍ଧି ଅଣ୍ଡା ଦେବା ପରେ ସେଥିରୁ ଛୁଆ ଫୁଟିବା ଏବଂ ଉଡ଼ାଇବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। ଶୀତ ପୂର୍ବରୁ ଚାଲି ଯାଆନ୍ତି। ଗେଣ୍ଡାଳିଆମାନେ ଦୀର୍ଘ ୩୦୦ ବର୍ଷରୁ ଅଧିକ ସମୟ ହେବ ଗଡ଼ପଳାଶୁଣିକୁ ଆସୁଛନ୍ତି।

publive-image

ଗଡ଼ପଳାଶୁଣି ବାପୁଜୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ବେହେରା କୁହନ୍ତି, ଗେଣ୍ଡାଳିଆମାନେ ମୌସୁମୀର ଆଗମନ ସମୟରେ ଆସନ୍ତି। ଗେଣ୍ଡାଳିଆମାନେ ଚାଷୀମାନଙ୍କର ବନ୍ଧୁ ବୋଲି ବିଚାର କରାଯାଏ। ଗ୍ରାମର ପ୍ରମୁଖ ଚାଷ ଧାନ ହୋଇଥିବାରୁ ଗେଣ୍ଡାଳିଆମାନେ ଧାନଫସଲରୁ ବିଷାକ୍ତ କୀଟ ଇତ୍ୟାଦି ଖାଇ ଫସଲକୁ ସୁରକ୍ଷା ଦିଅନ୍ତି। ଗ୍ରାମବାସୀ ଏମାନଙ୍କୁ ନିଜର ପୋଷା ଚଢ଼େଇ ବୋଲି ବିଚାର କରି ରକ୍ଷାଣବେକ୍ଷଣ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe