ଗାଁ ଲୋକଙ୍କ ପଥରମାଡ଼ରେ ମାଓବାଦୀ ମୃତ୍ୟୁ ଘଟଣା: ଅଡ଼ିଓ ଟେପ୍‌ ଜାରି, ଘରଦ୍ୱାର ପୋଡ଼ିବା ଘଟଣାକୁ ଖଣ୍ଡନ କଲା ମାଓ ସଂଗଠନ

Advertisment
କନ୍ଧମାଳରେ ପୁଣି ମାତିଲେ ନକ୍ସଲ : ୨ ଯୁବକଙ୍କୁ ହତ୍ୟା

www.wefornewshindi.com

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଗାଁ ଲୋକଙ୍କର ପଥରମାଡ଼ରେ ଜଣେ ମାଓବାଦୀର ମୃତ୍ୟୁ ହେବା ଘଟଣାର ଅଡ଼ିଓ ଟେପ୍‌ ଜାରି କରିଛି ମାଓ ସଂଗଠନ। ଏଥି ସହ ମାଓ ସଂଗଠନ ଯୋଡ଼ାଆମ୍ବରେ ଘରଦ୍ୱାର ପୋଡ଼ିବା ଘଟଣାକୁ ଖଣ୍ଡନ କରିଛି। ନକ୍ସଲ ଏଓବି ଜୋନାଲ କମିଟି ସଂପାଦକ ଗଣେଶ ଅଭିଯୋଗ ଆଣିଛନ୍ତି କି ମାଓବାଦୀକୁ ହତ୍ୟା କରିବା ପୁଲିସର ପ୍ରୟୋଜିତ କାର୍ଯ୍ୟକ୍ରମ ଥିଲା।

ଗଣେଶ କହିଛନ୍ତିି, ଗାଁକୁ ରାସ୍ତା ହେଉ ନାହିଁ। କେବଳ ପୁଲିସ କ୍ୟାମ୍ପ ସ୍ଥାପନ ଲାଗି ରାସ୍ତା ନିର୍ମାଣ ହେଉଛି। ଯୋଡ଼ାଆମ୍ବ ଅଞ୍ଚଳରେ ପୁଲିସ ସ୍ୱତନ୍ତ୍ର ବାହିନୀ ଗଠନ କରିଛି। ଏସବୁ କାଣ୍ଡ ପଛରେ ପୁଲିସର ହାତ ଥିବା ମାଓବାଦୀ ସଂଗଠନ ଅଭିଯୋଗ ଆଣିଛି।

ସୂଚନାଯୋଗ୍ୟ, ଜନ୍ତୁରାଇ, ହନ୍ତାଳଗୁଡ଼ା ଓ ଯୋଡ଼ାଆମ୍ବ ଅଞ୍ଚଳରେ ସରକାରୀ କାମକୁ ବିରୋଧ କରିବା ପାଇଁ ମାଓବାଦୀମାନେ ଗ୍ରାମବାସୀଙ୍କୁ ଉସୁକାଇବାରୁ ଆକ୍ରମଣର ଶିକାର ହୋଇଥିଲେ। ଜବାବରେ ମାଓବାଦୀମାନେ ୧୦ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ। ଏଥି ସହିତ ମାଓବାଦୀମାନେ କିଛି ମୋଟର ସାଇକେଲ ମଧ୍ୟ ପୋଡ଼ି ଦେଇଥିଲେ।

ମାଓବାଦୀମାନେ ୩ ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନେବା ପରେ ଗ୍ରାମବାସୀ ସେମାନଙ୍କ ପାରମ୍ପରିକ ଅସ୍ତ୍ର ଧରି ବାହାରି ଆସିଥିଲେ। ବିରୋଧରେ ତିନି ଗାଁର ଆଦିବାସୀମାନେ ଏକାଠି ହୋଇଥିଲେ।

ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ କହିଛନ୍ତି, ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପାପରମେଟ୍‌ଲା ଫାଣ୍ଡି ଅଞ୍ଚଳରେ ଥିବା ଜନ୍ତୁରାଇ ଗାଁକୁ ପ୍ରାୟ ୨୫ ଜଣ ସଶସ୍ତ୍ର ମାଓବାଦୀ ପ୍ରବେଶ କରିଥିଲେ। ସେମାନେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ ଯେ, ସରକାରୀ ନିର୍ମାଣ କାମକୁ ବିରୋଧ କରନ୍ତୁ। ମାତ୍ର ମାଓବାଦୀଙ୍କ ପ୍ରସ୍ତାବକୁ ଗ୍ରାମବାସୀ ସ୍ୱୀକାର କରି ନଥିଲେ। ଓଲଟା ଗ୍ରାମବାସୀ କହିଥିଲେ, ସରକାର ବିକାଶମୂଳକ କାମ କରୁଛନ୍ତି। ମାଓବାଦୀମାନେ ବିକାଶ ନାଁରେ ବିନାଶ କରୁଛନ୍ତି। ଗ୍ରାମବାସୀଙ୍କୁ କିଛି ଦେଉ ନାହାନ୍ତି। ଗ୍ରାମବାସୀଙ୍କ ଏଭଳି କଥାରେ ମାଓବାଦୀମାନେ ଉତ୍ତେଜିତ ହୋଇଥିଲେ। ଫଳରେ ଜନ୍ତୁରାଇ ଗାଁରେ ବହୁ ସମୟ ଧରି ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe