ଚୋରି କରୁଥିବା ବେଳେ ଧରାପଡ଼ିଲେ ଯୁବକ: ପିଟିପିଟି ହତ୍ୟା କଲେ ଗ୍ରାମବାସୀ

Advertisment
ଚୋରି କରୁଥିବା ବେଳେ ଧରାପଡ଼ିଲେ ଯୁବକ: ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ବାଲେଶ୍ବର/ ରୁପସା:  ଚୋରି କରୁଥିବା ବେଳେ ଧରାପଡ଼ିବାପରେ ଜଣେ ଯୁବକଙ୍କୁ ଗ୍ରାମବାସୀମାନେ ପିଟିପିଟି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ବାଲେଶ୍ବର ଜିଲ୍ଲାର ବସ୍ତାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ବସ୍ତା ଥାନା ଅନ୍ତର୍ଗତ ଉଇଟିକିରି ଗ୍ରାମରେ ଯାତ୍ରା ଚାଲିଥିବା ବେଳେ ସାଗର ସ୍ବାଧୀନ ଜେନା(୨୨) ଓ ତାଙ୍କର କେତେକ ସହଯୋଗୀ ଗାଁରେ ଚୋରି କରୁଥିଲେ। ଲୋକେ ଏହା ଦେଖି ତାଙ୍କର ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିଲେ। ଏହାଫଳରେ ଘଟଣାସ୍ଥଳରେ ସ୍ୱାଭିମାନଙ୍କ ମୃତ୍ୟୁ ଘଟିଥିଲା।

publive-image

ମୃତକ ଜଣକ ହେଉଛନ୍ତି ଉଇଟିକିରି ଗ୍ରାମର ଆଡଭୋକେଟ ସରୋଜ ଜେନାଙ୍କ ପୁଅ ବୋଲି ଜଣାଯାଇଛି। ଖବର ପାଇ ବସ୍ତା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍। ଅଭିଯୁକ୍ତ ପୂର୍ବରୁ ଚୋରି କରି ଏକାଧିକ ବାର ଜେଲ୍ ଯାଇଥିବା ମଧ୍ୟ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe