ସ୍କୁଲ ମିଶ୍ରଣ ନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପଳସାମାଲ ଗ୍ରାମବାସୀ

Advertisment
ସ୍କୁଲ ମିଶ୍ରଣ ନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପଳସାମାଲ ଗ୍ରାମବାସୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅଧୀନ ପଳସାମାଲ୍ ଗ୍ରାମରେ ଥିବା ପ୍ରଥମିକ ବିଦ୍ୟାଳୟଟି ଛାତ୍ରଛାତ୍ରୀ କମ୍ ଥିବା କାରଣରୁ ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ କରାଯିବ ବୋଲି ସରକାର ପ୍ରାଥମିକ ସ୍ତରରେ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଗୁରୁବାର ପଳସାମାଲ୍ ଗ୍ରାମବାସୀ ସମ୍ବଲପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ବିଦ୍ୟାଳୟ ମିଶ୍ରଣ ନକରି ଚାଲୁ ରଖିବା ପାଇଁ ଅନୁରୋଧ କରିଛନ୍ତି।

ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରକାର ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସାଇବେର୍ଣ୍ଣୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ କୁହାଯାଇଛି। ଏହି ସାଇବେର୍ଣ୍ଣୀ ବିଦ୍ୟାଳୟଟି ଗ୍ରାମଠାରୁ ୩ କିମିଠାରୁ ଅଧିକ ଦୂରରେ ରହିଛି। ଏଠାକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼ିବ। ହାତୀ, ଭାଲୁ ଭଳି ବନ୍ୟଜନ୍ତୁଙ୍କ ଭୟ ରହିବା ସହ ସଡ଼କ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି। ଏହି ବାଟରେ ପ୍ରତ୍ୟେକ ଦିନ ଯିବା ଆସିବା କରିବା ପିଲାମାନଙ୍କ ପାଇଁ ବିପଦପୂର୍ଣ୍ଣ। ବିଦ୍ୟାଳୟକୁ ବନ୍ଦ କରିଦେଲେ ଅନେକ ପିଲାମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲିହୋଇଯିବ। ତେଣୁ ଆମେ ବିଦ୍ୟାଳୟରେ ତାଲା ପକାଇ ଦେଇଛୁ ବୋଲି କହିବା ସହ ଏହାର ଉଚିତ୍ ସମାଧାନ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡ଼ିରହିବ ବୋଲି ଗ୍ରାମବାସୀ କହିଛନ୍ତି। ଏହାସହ ବିଦ୍ୟାଳୟକୁ ଚାଲୁ ରଖିବା ପାଇଁ ଗ୍ରାମବାସୀ ଗୁରୁବାର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe