ସଂରକ୍ଷିତ ଜଙ୍ଗଲ ଜମିକୁ ପଟ୍ଟା କରିନେଲେ: ଗର୍ଜିଲେ ଗ୍ରାମବାସୀ, ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର 

ସଂରକ୍ଷିତ ଜଙ୍ଗଲ ଜମିକୁ ପଟ୍ଟା କରିନେଲେ: ଗର୍ଜିଲେ ଗ୍ରାମବାସୀ, ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର 

ବୀରମହାରାଜପୁର: ତଞ୍ଚକତା କରି କିଛି ଲୋକ ସଂରକ୍ଷିତ ଜଙ୍ଗଲ ଜମିକୁ ପଟ୍ଟା କରିନେଇ ଥିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଘିଚାପାଲି ଗ୍ରାମବାସୀ ମଙ୍ଗଳବାର ଗର୍ଜିଛନ୍ତି। ଗ୍ରାମର ଶତାଧିକ ଲୋକ ଏହି ତହସିଲ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲ ଜମିର ଜମି ବେଆଇନ ଭାବରେ କିଛି ଲୋକ ତଞ୍ଚକତା କରି ନିଜ ନାମରେ ପଟ୍ଟା କରିନେଇଥିବା ଅଭିଯୋଗ ଆଣିଛନ୍ତି। ଏହି କ୍ରମରେ ସେମାନେ ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି।  ତହସିଲଦାର ବିବୁଧ ଗଡ଼ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ, ବନ ବିଭାଗ ଅଧିକାରୀଙ୍କ କଥିତ ମତେ ଦୀର୍ଘ ବର୍ଷ ହେବ ଗ୍ରାମବାସୀମାନେ ଏଠାରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିଛନ୍ତି। ଏହା ଦ୍ବାରା ଜଙ୍ଗଲ ବୃଦ୍ଧି ସହିତ ପ୍ରାଣୀ ସମ୍ପଦର ବିକାଶ ମଧ୍ୟ ହୋଇଛି। କିନ୍ତୁ କିଛି ଅସାଧୁ ବ୍ୟକ୍ତି ତଞ୍ଚକତା କରି ନିଜ ନାମରେ ପଟ୍ଟା କରି ନେଇଛନ୍ତି।

publive-image

ଅଭିଯୋଗ ଅନୁସାରେ ଭାଲୁଡୁଙ୍ଗୁରୀ ଜଙ୍ଗଲ ଖାତା ନମ୍ବର ୩୮ ଏନକ୍ରୋଜମେଣ୍ଟ କେସ୍ ନମ୍ବର ୬୬୬/୨୦୦୦ ଆଦେଶ ମତେ ଖାତା ନମ୍ବର ୩୫/୧୧୭ ସୁଭଦ୍ରା ପ୍ରଧାନ, ଖାତା ନମ୍ବର ୩୫/୧୨୮ ଉମାକାନ୍ତ ପ୍ରଧାନ, ଖାତା ନମ୍ବର ୩୫/୧୨୬ ରମାକାନ୍ତ ପ୍ରଧାନ, ଖାତା ନମ୍ବର ୩୫/୭୭ ପ୍ରହଲ୍ଲାଦ ବେହେରା, ଏନକ୍ରୋଜମେଣ୍ଟ କେସ୍ ନମ୍ବର ୯୮/୨୦୦୫ ରେ ଖାତା ନମ୍ବର ୩୫/୩୮ ମଙ୍ଗଉଲଉ ବେହେରାଙ୍କ ନାମରେ ପଟ୍ଟା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଣୁ ଏହି ବେଆଇନ ପଟ୍ଟାକୁ ଵାତିଲ କରି ପୁଣି ଜଙ୍ଗଲ ବିଭାଗ ଖାତାକୁ ଆଣିବା ପାଇଁ ଦାବି କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ନାବାଳକଙ୍କ ନାମରେ ଏନକ୍ରୋଜମେଣ୍ଟ କିପରି କରିଛି ରାଜସ୍ବ ବିଭାଗ। ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ଯଦି ଏହି ବେଆଇନ ପଟ୍ଟା ଶୀଘ୍ର ବାତିଲ କରାନଯାଏ ତାହେଲେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ତହସିଲଦାର ବିବୁଧ ଗଣନାୟକ ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡାଙ୍କୁ ତଦନ୍ତ ଦାୟିତ୍ବ ଦେଇଛନ୍ତି। ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି। ବୀରମହାରାଜପୁରର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମେତ ଗ୍ରାମ୍ୟ କମିଟିର ସଭାପତି ରାଜ କୁମାର ସାହୁ, ସମ୍ପାଦକ ଶ୍ୟାମସୁନ୍ଦର ନନ୍ଦ, ବରିଷ୍ଠ ସଦସ୍ୟ ହରିହର ବେହେରା, ବାବୁଲାଲ୍ ସାହୁ, ବୈଷ୍ଣବ ସାହୁ, କୃଷ୍ଣଚନ୍ଦ୍ର ନନ୍ଦ, କୋଷାଧ୍ୟକ୍ଷ ମାଧବ ନାଏକ, ୱ।ର୍ଡ ମେମ୍ବର୍ ସୁଶାନ୍ତ ବେହେରା, ଶତ୍ରୁଘ୍ନ କଲତା, ଉଗ୍ରସେନ କଲତାଙ୍କ ସହିତ ଶତାଧିକ ଗ୍ରାମବାସୀ ସାମିଲ୍ ହୋଇ ତହସିଲଦାରଙ୍କୁ ଭେଟଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe