ବିଳମ୍ବିତ ରାତିରେ ଶବ ଗାଏବ, କରୋନା ପାଇଁ ପୁଅକୁ ଦେଖି ପାରିଲେନି ପରିବାର

Advertisment
ବିଳମ୍ବିତ ରାତିରେ ଶବ ଗାଏବ, କରୋନା ପାଇଁ ପୁଅକୁ ଦେଖି ପାରିଲେନି ପରିବାର

ଗାଁ ଲୋକେ ବି ଭୁଲିଗଲେ ମାନବିକତା
କୋଭିଡ୍‌ ନିୟମ ଅନୁଯାୟୀ ହୋଇଛି ଶବ ସତ୍କାର: ଜିଲ୍ଲାପାଳ

ବାଲେଶ୍ବର : କରୋନାରେ ପ୍ରାଣ ହରାଇଥିବା ସିମୁଳିଆ ଥାନା ମଝିଖଣ୍ଡି ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ଘଟଣା ବିବାଦୀୟ ହୋଇପଡ଼ିଛି। ଗତକାଲି ବିଳମ୍ବିତ ରାତିରୁ ଯୁବକଙ୍କ ମୃତଦେହ ମିଳୁନଥିବାବେଳେ ଶବକୁ ସ୍ଥାନୀୟ ଅଞ୍ଚଳଠାରୁ ଦୂରରେ ପୋତା ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି। ଗାଁ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ବାଧ୍ୟ ହୋଇ ମୃତ ଯୁବକଙ୍କ ମାମୁ ଓ ଭିଣୋଇ ଶବକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ଆମ୍ବୁଲାନ୍ସରେ ଧରି ରହିଥିଲେ। ରାତି ପାଖାପାଖି ୧୨ଟା ସମୟରେ ହଠାତ୍‌ ଡାକ୍ତର ମୃତ ଯୁବକଙ୍କ ମାମୁ ଓ ଭିଣୋଇଙ୍କୁ ଆମ୍ବୁଲାନ୍ସରୁ ଓହ୍ଲାଇବାକୁ କହିଥିଲେ। ଯଦି ନ ଓହ୍ଲାଇବ ଆମେ ତମକୁ ମଧ୍ୟ ନେଇ ପଳାଇବୁ ବୋଲି କହିଥିଲେ। ଏଭଳି ଭୟ ଦେଖାଇ ମାମୁ ଓ ଭିଣୋଇଙ୍କୁ ଓହ୍ଲାଇ ଶବକୁ ନେଇ ଯାଇଥିଲେ। ତେବେ ସେମାନେ ଶବକୁ କେଉଁଆଡ଼େ ନେଲେ? ଶବ ସତ୍କାର କରାଗଲା କି ନାହିଁ, କି କେଉଁଠି ଫୋପାଡ଼ିଦେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ କୋଭିଡ୍‌ ନିୟମ ଅନୁଯାୟୀ ଶବ ସତ୍କାର କରାଯାଇଛି ବୋଲି ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି। ସେହିପରି ଯୁବକଙ୍କ ମୃତ୍ୟୁ ଛତିଶଗଡ଼ ନୁହେଁ, ଅହମ୍ମଦାବାଦରେ ହୋଇଥିଲା ବୋଲି ଜିଲ୍ଲାପାଳ କହିଛନ୍ତି। ‌କେବଳ ସେତିକି ନୁହେଁ, ଯୁବକଙ୍କୁ ଜ୍ୟୋତି ହସ୍ପିଟାଲ୍‌ ରେଫର୍‌ କରାଯାଇଥିବା ନେଇ କୌଣସି କାଗଜପତ୍ର ଦିଆଯାଇନାହିଁ କି ଏ ସଂକ୍ରାନ୍ତରେ କୌଣସି ଖବର ମଧ୍ୟ ଦିଆଯାଇନଥିବା ଜିଲ୍ଲାପାଳ କହିଛନ୍ତି।

publive-image image source--indiatoday

ପ୍ରକାଶଥାଉକି, ଯୁବକ ଜଣଙ୍କ ଗୁଜୁରାଟର ଅହମ୍ମଦାବାଦର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଅସୁସ୍ଥତା ହେତୁ ତାଙ୍କୁ ସେଠାକାର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଏକ ଡାକ୍ତରୀ ଟିମ୍‌ ସହ ଯୁବକଙ୍କ ଭିଣୋଇ ଓ ମାମୁ ତାଙ୍କୁ ଆମ୍ବୁଲାନ୍ସରେ ଓଡ଼ିଶା ଆଣିଥିଲେ। ବାଟରେ ଆସୁଥିବା ସମୟରେ ତାଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିବାରୁ ତାଙ୍କୁ ବାଲେଶ୍ବରସ୍ଥିତ ଜ୍ୟୋତି କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଛତିଶଗଡ଼ ଅତିକ୍ରମ କରିବାବେଳେ ଯୁବକଜଣକ ଶେଷନିଶ୍ବାସ ତ୍ୟାଗ କରିଥିଲେ। ପରିବାର ଲୋକଙ୍କ କଥାବାର୍ତ୍ତା ଅନୁସାରେ ଭିଣୋଇ, ମାମୁ ଶବ ସତ୍କାର ପାଇଁ ଗାଁକୁ ନେଇ ଆସିଥିଲେ। ଗତକାଲି ପାଖାପାଖି ଦିନ ୨ଟା ବେଳକୁ ସେମାନେ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଶବକୁ ଗାଁ ଭିତରକୁ ପୂରାଇ ଦେଇନଥିଲେ। କିଛି ଲୋକ ସମର୍ଥନ ଦେଇଥିଲେ ବି ଅନେକ ଠେଙ୍ଗାବାଡ଼ି ଧରି ବିରୋଧ କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ସରପଞ୍ଚ, ସ୍ଥାନୀୟ ନେତା, ପ୍ରାଶାସନିକ ଅଧିକାରୀ, ପୁଲିସ, ଆମ୍ବୁଲାନ୍ସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ କିଛି ସୁଧାର ଆସିନଥିଲା। ଏମିତିକି ମୃତକଙ୍କ ମା’, ଭଉଣୀ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ଗାଁ ଲୋକଙ୍କ ଜିଦ୍ ଓ ବିରୋଧ ଆଗରେ ପ୍ରାଶାସନିକ ଅଧିକାରୀ, ପୁଲିସ ଓ ଲୋକ ପ୍ରତିନିଧି ହାତଟେକି ଦେଇଥିଲେ। ସ୍ଥିତି ଗମ୍ଭୀର ହେବାରୁ ଶେଷରେ ଆମ୍ବୁଲାନ୍ସ ଫେରିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe