ଭୋଟ ଦେଇପାରିଲେନି ତୁର୍କିପଦାବାସୀ

ଭୋଟ ଦେଇପାରିଲେନି ତୁର୍କିପଦାବାସୀ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତର ୧ ନମ୍ବର ବୁଥ୍‌ କାଞ୍ଜିଆପାଳ ଓ ତୁର୍କିପଦା ଗ୍ରାମକୁ ନେଇ ଗଠିତ। ଏହି ବୁଥ୍‌ରେ ପୂର୍ବରୁ ୨୭୯ଜଣ ଭୋଟର ଥିଲେ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଭୋଟର ତାଲିକାରେ ମାତ୍ର ୧୫୭ଜଣଙ୍କ ନାମ ଥିଲା। ଆଜି ସକାଳେ ମତଦାନ ଆରମ୍ଭ ହେବା ପରେ ତୁର୍କିପଦା ଗ୍ରାମର ଭୋଟରମାନେ ଭୋଟ୍‌ ଦେବାପାଇଁ କାଞ୍ଜିଆପାଳ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଥିଲେ। କିନ୍ତୁ ତାଲିକାରେ ସେମାନଙ୍କ ନାମ ନଥିବାରୁ ନିରାଶ ହୋଇ ଫେରିଥିଲେ।

ଏହାକୁ ‌ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମର ଅନାମ ଜୁଆଙ୍ଗ, ଚକ୍ର ଜୁଆଙ୍ଗ, ଲକ୍ଷ୍ମୀଧର ଜୁଆଙ୍ଗ, ସୋମବାରିଆ ଜୁଆଙ୍ଗ, ସରସ୍ଵତୀ ଜୁଆଙ୍ଗ, ବ୍ରାହ୍ମଣୀ ଜୁଆଙ୍ଗ, ପାଦୁ ଜୁଆଙ୍ଗ, ମଧୁ ଜୁଆଙ୍ଗ, ଟୁନୁ ଜୁଆଙ୍ଗ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe