ବେଦାନ୍ତ ରେଳ ଲାଇନକୁ ତୀବ୍ର ବିରୋଧ; ବୈଠକକୁ ଆସିଲେନି ଗ୍ରାମବାସୀ, ଫେରିଗଲେ କମ୍ପାନି କର୍ତ୍ତୃପକ୍ଷ

ବେଦାନ୍ତ ରେଳ ଲାଇନକୁ ତୀବ୍ର ବିରୋଧ; ବୈଠକକୁ ଆସିଲେନି ଗ୍ରାମବାସୀ, ଫେରିଗଲେ କମ୍ପାନି କର୍ତ୍ତୃପକ୍ଷ

ରାୟଗଡ଼ା: ନୂତନ ରେଳ ଲାଇନ ପାଇଁ ବେଦାନ୍ତ ଆଲୁମିନା କମ୍ପାନି ଦ୍ଵାରା ହେଉଥିବା ଗ୍ରାମସଭାକୁ ଅଞ୍ଚଳବାସୀ ତଥା ଜମି ହରାଉଥିବା ଲୋକେ ତୀବ୍ର ବିରୋଧ କରିଛନ୍ତି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପଞ୍ଚାୟତ ପରିସର ଓ ଅନଯୋଡି ଗ୍ରାମ ଆମ୍ବତୋଟାରେ ବେଦାନ୍ତ କମ୍ପାନି ପକ୍ଷରୁ ଗ୍ରାମସଭାର ଆୟୋଜନ କରାଯାଇଥିଲା। ଅନଯୋଡି ଗ୍ରାମରେ ଆୟୋଜନ ହୋଇଥିବା ଗ୍ରାମସଭାରେ ଗ୍ରାମବାସୀ ତଥା ଜମି ହରାଉଥିବା ଲୋକେ ଅନୁପସ୍ଥିତି ରହିଥିଲେ। ଏମିତିକି ଆନଯୋଡ଼ି ଗ୍ରାମବାସୀ ନିଜ ଘର କାନ୍ଥରେ ପୋଷ୍ଟର ଲଗାଇ ଏହି ଗ୍ରାମ ସଭାକୁ ବିରୋଧ କରିଥିଲେ। ବେଦାନ୍ତ ପ୍ରଥମେ ଜମି ହରାଉଥିବା ଲୋକମାନଙ୍କ ଉନ୍ନତି ସହ ପ୍ରଭାବିତ ଅଞ୍ଚଳର ବିକାଶ କରିବା ପରେ ଗ୍ରାମସଭା କରୁ ବୋଲି ଲୋକେ ମନ୍ତବ୍ୟ ଦେଇଥିବା ବେଳେ ଜମି ହରାଉ ଥିବା ଲୋକମାନେ ଜମି ନଦେବା ପାଇଁ ମନା କରିଦେଇଥିଲେ।

ସେହିପରି ଅମ୍ବାଦଳା ପଞ୍ଚାୟତ ପରିସରରେ ମଧ୍ୟ ଗ୍ରାମସଭାର ଆୟୋଜନ କରାଯାଇଥିଲା। ଏଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ପେଶା ଆକ୍ଟ ଓଡ଼ିଶା ଦୃଷ୍ଟିକୋଣ ନିର୍ଦ୍ଧାରିତ କ୍ଷେତ୍ର ଅନୁଯାୟୀ ସରକାରୀ କିମ୍ବା ବେସରକାରୀ ସଂସ୍ଥା ଜମି ଅଧିଗ୍ରହଣ କରିବାକୁ ହେଲେ ଗ୍ରାମ ସଭାର ନିହାତି ଆବଶ୍ୟକ ହୋଇଥାଏ। କିନ୍ତୁ ଏହି ଦୁଇଟି ଗ୍ରାମସଭାରେ ଗ୍ରାମବାସୀ ଉପସ୍ଥିତ ନଥିବା ବେଳେ ଜମିହରାଙ୍କର ଦେଖା ମିଳିନଥିଲା। ଯାହାକି ବେଦାନ୍ତର ଦୁଇ ଗୋଟି ଗ୍ରାମ ସଭା ସମ୍ପୂର୍ଣ ଅସଫଳ ହୋଇଥିବା ଦେଖିବାକୁ ମିଳିଛି।

publive-image

ସୂଚନାଥାଉକି, ୨୦୦୬ ମସିହାରେ ଅମ୍ବାଦଳାଠାରୁ ଲାଞ୍ଜିଗଡ ପର୍ଯ୍ୟନ୍ତ ରେଳ ପ୍ରୋଜେକ୍ଟ ପାଇଁ ଇଡକୋ ଜମି ଅଧଗ୍ରହଣ କରି ବେଦନ୍ତକୁ ଦେଇଥିଲା। ଜମି ଅଧିଗ୍ରହଣ ସମୟରେ ବେଦାନ୍ତ କମ୍ପାନି ଗ୍ରାମ ସଭାର ଆୟୋଜନ କରି ବିଭିନ୍ନ ପ୍ରତିଶ୍ରୁତି ଦେଇ ଜମି ଅଧିଗ୍ରହଣ କରିଥିଲେ। ଏହି ପ୍ରୋଜେକ୍ଟରେ ୫୦ ଜଣ ଖାତାଧାରୀଙ୍କ ଠାରୁ ପ୍ରାୟ ୬୦ ଏକରରୁ ଜମି ଅଧିଗ୍ରହଣ କରିଥିଲେ । ଉକ୍ତ ଅଧିଗ୍ରହଣ ସମୟରେ ଗ୍ରାମବାସୀ ଓ ଜମିହରାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଜମି ଅଧିଗ୍ରହଣ କରିଥିବା ଅଭିଯୋଗ ହେଉଛି। ବେଦାନ୍ତର ଏହି ରେଳ ପ୍ରୋଜେକ୍ଟକୁ ସମସ୍ତ ଗ୍ରାମବାସୀ ଓ ଜମିହରା ସମ୍ପୂର୍ଣ ସହଯୋଗ କରି ୨୦୦୯/୧୦ ମସିହାରେ ସମ୍ପୂର୍ଣ କରାଇଥିଲେ। ସେହଦିନ ଠାରୁ ଅର୍ଥାତ୍ ଦୀର୍ଘ ୧୨ ବର୍ଷ ବିତଯାଇଥିଲେ ମଧ୍ୟ ଅମ୍ବାଦଳା ଗ୍ରାମର ପାରିପାର୍ଶକ ଉନ୍ନତି କରଣ ଓ ଆଜି ପର୍ଯ୍ୟନ୍ତ ଅମ୍ବାଦଳା ଗ୍ରାମର କୌଣସି ଉଚ୍ଚ ଶିକ୍ଷିତ ଯୁବକ-ଯୁବତୀମାନଙ୍କୁ ବେଦାନ୍ତ ପ୍ଲାଟଫର୍ମରେ ନିଯୁକ୍ତି ଦିଆଯାଇନଥିବା ଅଭିଯୋଗ ହେଉଛି। ସେଥିପାଇଁ ଅମ୍ବାଦଳା ଗ୍ରାମର ସମସ୍ତ ଗ୍ରାମବାସୀ ଏହି ଗ୍ରାମ ସଭାକୁ ସମ୍ପୂର୍ଣ ବିରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe