ବର୍ଷା ପାଇଁ ବ୍ୟାକୁଳ ହୋଇ ଇନ୍ଦ୍ରପୂଜା କଲେ ୧୮ ଗ୍ରାମବାସୀ 

ବର୍ଷା ପାଇଁ ବ୍ୟାକୁଳ ହୋଇ ଇନ୍ଦ୍ରପୂଜା କଲେ ୧୮ ଗ୍ରାମବାସୀ 

ବୌଦ୍ଧ/ପାରଳାଖେମୁଣ୍ଡି: ବର୍ଷା ନାହିଁ। କିନ୍ତୁ ବର୍ଷା ପାଇଁ ଲୋକେ ବ୍ୟାକୁଳ ହୋଇ ଉଠିଛନ୍ତି। ଲଗାତର ଭାବରେ ତାପମାତ୍ରା ୪୪ ଡିଗ୍ରି ଉପରେ ରହୁଛି। ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ବୌଦ୍ଧ ଜିଲ୍ଲାବାସୀ। ଏଥିରୁ ନିସ୍ତାର ପାଇବା ପାଇଁ ବର୍ଷାର ଦେବତା ଇନ୍ଦ୍ର ଦେବଙ୍କୁ ଶାନ୍ତ କରିବା ପାଇଁ ଚାଲିଛି ଇନ୍ଦ୍ର ପୂଜା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ନିକଟ ଠିଡ଼ିକାଜୋର ଗ୍ରାମରେ ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚାଲିଛି ଯଜ୍ଞ ଓ ପୂଜାର୍ଚ୍ଚନା। ଏଥିରେ ସାମିଲ ହୋଇଛନ୍ତି ବାଣିଭୂଷଣପୁର ପଞ୍ଚାୟତର ୧୮ ଖଣ୍ଡ ଗାଁର ଗ୍ରାମବାସୀ। ଗ୍ରାମବାସୀଙ୍କ କହିବା ଅନୁସାରେ ପୂର୍ବେ ନିଜ ରାଜ୍ୟରେ ଅନାବୃଷ୍ଟି କାରଣରୁ ରାଜା ଦଶରଥ ଋଷି ଋଶ୍ୟସୁଙ୍ଗଙ୍କୁ ଆଣି ନିଜ ରାଜ୍ୟରେ ଇନ୍ଦ୍ର ଦେବଙ୍କ ଯଜ୍ଞ କରାଇଥିଲେ। ଯଜ୍ଞ ପରେ ରାଜ୍ୟରେ ବର୍ଷା ହୋଇଥିଲା। ତେଣୁ ଏହି ପରମ୍ପରାକୁ ବଜାୟ ରଖି ଇନ୍ଦ୍ର ପୂଜା କରାଯାଇଥିବା ଗ୍ରାମବାସୀ କହିଛନ୍ତି।

ସେହିପରି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ତଟରଙ୍ଗ ଗାଁରେ ଏଭଳି ପୂଜାର୍ଚ୍ଚନା କରାଯାଇଛି । ଗାଁର ପିଲାଠୁ ବୁଢା ସମସ୍ତେ ଏହି ପୂଜାରେ ଲାଗିଛନ୍ତି। ଏକ ବାଉଁଶରେ କଳସ ବନ୍ଧା ହୋଇଛି। ସେହି କଳସରେ ବେଙ୍ଗ ଓ ମାଛ ରଖାଯାଇଛି। କୁନିକୁନି ପିଲାମାନେ ପୋଖରୀରୁ ପାଣି ଆଣି ସେହି କଳସ ଉପରେ ଢାଳିଥାନ୍ତି। ଏମିତି କରି କରି ଗାଁ ସାରା ବୁଲିବା ପରେ ଗାଁ ଶେଷ ମୁଣ୍ଡରେ ଥିବା ପୋଖରରେ ମାଛ ଓ ବେଙ୍ଗକୁ ଛାଡି ଦିଆଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe