କାଣୀନଦୀରେ ନିଶ୍ଚିତ ଘାଇକୁ ନିୟନ୍ତ୍ରଣ କଲେ ଗ୍ରାମବାସୀ

କାଣୀନଦୀରେ ନିଶ୍ଚିତ ଘାଇକୁ ନିୟନ୍ତ୍ରଣ କଲେ ଗ୍ରାମବାସୀ

ଦଶରଥପୁର: ବର୍ଷା ଦିନ ଆସିଲେ ଯାଜପୁର ଜିଲ୍ଲା ଦଶରଥପୁରବାସୀଙ୍କ ପାଇଁ ଦୁଃଖ ଆସିଯାଏ। କାଣୀ ଆଉ ବୈତରଣୀ ନଦୀରେ ବନ୍ୟା ଜଳ ଆସିଥାଏ। ଚଳିତ ବର୍ଷାରେ  କାଣୀ ଓ ବୈତରଣୀ ନଦୀରେ ପ୍ରବଳ ବନ୍ୟା ଆସିଛି। କାଣୀ ନଦୀ ଆଠଗଢ଼ିଆ ଠାରୁ ବାହାରି ଅହିୟାସ ମଲ୍କିକାପୁର କଣ୍ଟାପଡ଼ା ଦେଇ ପ୍ରବାହିତ ହୋଇଛି। ବନ୍ୟାଜଳରେ କଷ୍ପା, ମଲ୍ଲୀକାପୁର, ଦୁଦୁରା ଅଣ୍ଟା, ଦୁତ୍ତପୁର, ନିଜାମପୁର ଆଦି ପଂଚାୟତର ୩୦ରୁ ଊର୍ଦ୍ଧ୍ବ ଗ୍ରାମ ପ୍ରଭାଭିତ ହୁଏ। କାଣୀନଦୀରେ ଘାଇ ହୋଇଥାଏ।

publive-image

ଆଜି ମଲ୍ଲୀକାପୁର ବାଉଁଶବାଡ଼ି ଠାରେ କିଛି ବୁର୍ବୁତ୍ତ କୋଦାଳ ଓ ଶାବଳରେ ହାଣି ଘାଇ କରୁଥିଲେ। ଯାଜପୁର ଜିଲ୍ଲାର ନେତା ସରୋଜ ମହାପାତ୍ର ସେ ସ୍ଥାନର ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ସେ ଘାଇ ବନ୍ଦ କରିଥିଲେ। ଅନ୍ୟ ଏକ ଘାଇ ନୂଆଶାସନ ଠାରେ ୧୦ ଫୁଟ ଘାଇ ଖୋଲିଥିଲା ଏହାକୁ ମଧ୍ୟ ସରୋଜ ମହାପାତ୍ର ଉପସ୍ଥିତ ରହି ଲୋକଙ୍କ ସହାୟତାରେ ସେ ଘାଇ ମଧ୍ୟ ବନ୍ଦ କରିବାରେ ସଫଳତା ପାଇଛନ୍ତି। ଅହିୟାସ ଠାରୁ ପାଦରେ ୪/୫କିଲୋମିଟର ଚାଲିଚାଲି ଯାଇ ସବୁ ନିଜେ ବୁଧବାର ଠାରୁ ଆଜି ଯାଏ ସମସ୍ତ କାର୍ଯ୍ୟ ତଦରାଖ କରୁଛନ୍ତି। ବୁଧବାର ଓ ଆଜି ଦୁଇ ଦିନ ଧରି ନିଜେ ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ତଳ ପଂଚାୟତ ଗୁଡିକରେ ବାଇକ୍‌ରେ ବୁଲି କାର୍ଯ୍ୟ ତଦରାଖ କରିବା ସହ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe