ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ: ରାସ୍ତାରେ ପଥର ରଖି ଗାଡ଼ି ଅଟକାଇଲେ, କ୍ରସର୍‌ କେବେ ହଟିବ ବୋଲି ପ୍ରଶ୍ନ କଲେ

Advertisment

ବୁଧବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ିକୁ ଅଟକାଇଛନ୍ତି ଶତାଧିକ ଗ୍ରାମବାସୀ। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ପଞ୍ଚାୟତ ପାଞ୍ଚକେନ୍ଦୁ ଗାଁରେ ଆଜି ଏକ ଜନଶୁଣାଣି ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଏଭଳି ଅପ୍ରୀତିକର....

ବୁଧବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ିକୁ ଅଟକାଇଛନ୍ତି ଶତାଧିକ ଗ୍ରାମବାସୀ। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ପଞ୍ଚାୟତ ପାଞ୍ଚକେନ୍ଦୁ ଗାଁରେ ଆଜି ଏକ ଜନଶୁଣାଣି ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଏଭଳି ଅପ୍ରୀତିକର....

dgdggcv

ଢେଙ୍କାନାଳ/ଗଁଦିଆ: ବୁଧବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ିକୁ ଅଟକାଇଛନ୍ତି ଶତାଧିକ ଗ୍ରାମବାସୀ। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ପଞ୍ଚାୟତ ପାଞ୍ଚକେନ୍ଦୁ ଗାଁରେ ଆଜି ଏକ ଜନଶୁଣାଣି ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିଛି ମନ୍ତ୍ରୀଙ୍କୁ। ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ବହୁଦିନରୁ ଦାବି କରି ଆସୁଥିଲେ। ହେଲେ ବ୍ଲକ୍‌, ଜିଲ୍ଲା ପ୍ରଶାସନ କିମ୍ବା ରାଜନୈତିକ ସ୍ତରରେ ସମସ୍ୟାର ସମାଧାନ ହେଉ ନ ଥିବାରୁ ଲୋକଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଶେଷରେ ନିହଲପ୍ରସାଦ ଥାନା ବେଲମାଳିଆ ନିକଟରେ ଆଜି ମନ୍ତ୍ରୀଙ୍କ ଗାଡ଼ି ଅଟକାଇଥିଲେ ଶତାଧିକ ଗ୍ରାମବାସୀ। ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ କାହିଁକି ପ୍ରଶାସନ ଉଦାସୀନ ରହିଛି ବୋଲି ପ୍ରଶ୍ନ କରିଥିଲେ। ପୁଲିସ ଲୋକଙ୍କୁ ବୁଝାସୁଝା କରିଥିବା ବେଳେ ମନ୍ତ୍ରୀ ମଧ୍ୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ରାସ୍ତାରୁ ପଥର ହଟାଇଥିଲେ। ଫଳରେ ମନ୍ତ୍ରୀ ଢେଙ୍କାନାଳ ଅଭିମୁଖେ ଫେରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଥିବା ଏକ କ୍ରସର୍‌ ଯୋଗୁଁ ବେଲମାଳିଆ, କଷ୍ଟିପାଳ ଓ ଶ୍ରୀମନ୍ତପୁରର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମଖୀନ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରଦୂଷିତ ହେବା ସହିତ ଘର କାନ୍ଥ ଫାଟି ଯାଉଛି। ଏହାକୁ ନେଇ ଲୋକମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିଛନ୍ତି। ମାତ୍ର କିଛି ଫଳ ମିଳୁ ନଥିଲା। ଗତ ନିର୍ବାଚନ ସମୟରେ ସ୍ଥାନୀୟ ଲୋକମାନେ କ୍ରସର୍‌ ଉଠାଇବା ଲାଗି ଦାବି ରଖିଥିଲେ। ନିର୍ବାଚନରେ ଜିତିବା ପରେ ଏହି ସମସ୍ୟା ଦୂର କରାଯିବ ବୋଲି ସେତେବେଳେ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିବା ଲୋକମାନେ କହିଛନ୍ତି। ତେବେ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହି ସମସ୍ୟା ସମାଧାନ ନ ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଜନଶୁଣାଣି ଶିବିରରୁ ମନ୍ତ୍ରୀ ଶ୍ରୀ ପାତ୍ର ଫେରୁଥିବା ବେଳେ ବେଲମାଳିଆଠାରେ ମନ୍ତ୍ରୀଙ୍କୁ ଘେରିଥିଲେ ଗ୍ରାମବାସୀ। ରାସ୍ତାରେ ବସି ରହି ନିଜର ଅସନ୍ତୋଷ ଜାହିର କରିଥିଲେ। ଏହି କ୍ରସର୍‌କୁ କେବେ ହଟାଯିବ ବୋଲି ପ୍ରଶ୍ନ କରିଥିଲେ। ଫଳରେ ମନ୍ତ୍ରୀ ଶ୍ରୀ ପାତ୍ର ରାସ୍ତା ଉପରେ ଅଟକି ରହିଥିଲେ। ଏ ନେଇ ନିହଲପ୍ରସାଦ ଥାନା ଅଧିକାରୀ ନିରୋଦ କୁମାର ମଲ୍ଲିକ କହିଛନ୍ତି, ମନ୍ତ୍ରୀ ଶ୍ରୀ ପାତ୍ର ଫେରୁଥିବା ବେଳେ ଲୋକମାନେ କିଛି ସମୟ ଅଟକାଇ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ପ୍ରତିଶ୍ରୁତି ମିଳିବା ପରେ ସେମାନେ ରାସ୍ତାରୁ ହଟିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe