ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଧାରଣା ଦେଲେ ଗ୍ରାମବାସୀ, ବିନା ସଂଯୋଗରେ ଆସୁଛି ବିଲ୍‌

Advertisment
ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଧାରଣା ଦେଲେ ଗ୍ରାମବାସୀ, ବିନା ସଂଯୋଗରେ ଆସୁଛି ବିଲ୍‌

ବ୍ରହ୍ମବରଦା : ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଓ ବିନା ସଂଯୋଗରେ ଆସୁଥିବା ବିଲ୍‌କୁ ନେଇ ଗୁରୁବାର ଦିନ ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ କାକୁଡ଼ିକୁଦ ଗ୍ରାମର ଶତାଧିକ ଉପଭୋକ୍ତା ବ୍ରହ୍ମବରଦା ବିିିଦ୍ୟୁତ୍‌ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି।

କାକୁଡ଼ିକୁଦ ଗ୍ରାମର ୨୮୮ ଜଣ ଉପଭୋକ୍ତାଙ୍କ ଘରେ ସୌଭାଗ୍ୟ ଯୋଜନାରେ ପୁଞ୍ଜିଲଏଡ କମ୍ପାନି ମିଟର ଲଗାଇଥିଲା। ପରେ ଦୁଇବର୍ଷ ଧରି ବିଦ୍ୟୁତ୍‌ ତାର ସଂଯୋଗ ନ ହୋଇଥିଲେ ମଧ୍ୟ ମାସକୁ ୨୪୦ ଟଙ୍କା ସହ ପାଞ୍ଚ ହଜାରଲେଖାଏଁ ବିଦ୍ୟୁତ୍‌ ବିଲ୍ ସେମାନଙ୍କ ପାଖକୁ ଆସିଛି। ତେଣୁ ଏଭଳି ବିନା ସଂଯୋଗରେ ଏତେ ଟଙ୍କାର ବିଲ୍ ପାଇ ଲୋକେ ବିସ୍ମିତ ହୋଇ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏନେଇ ଝାଲପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ କୌଣସି ନିର୍ଦିଷ୍ଟ ଦିନରେ ଏହାର ସମାଧାନ କରିବାକୁ ନିଷ୍ପତ୍ତି ହୋଇଥିଲା। ମାସମାସ ବିତିଯାଇଥିଲେ ମଧ୍ୟ ଏହାର ସମାଧାନ ନହେବାରୁ ଗୁରୁବାର ଦିନ ଶତାଧିକ ଉପଭୋକ୍ତା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ଏ ସଂପର୍କରେ ପୂର୍ବରୁ ସୂଚନା ପାଇ କାର୍ଯ୍ୟାଳୟକୁ ଆସିନଥିଲେ। ଫଳରେ ଧାରଣାକାରୀମାନେ କାର୍ଯ୍ୟାଳୟରରେ ଦାବିପତ୍ର ଦାଖଲ କରି ଫେରିଯାଇଥିଲେ।
ଏହାପରେ ଯଦି ସମସ୍ୟା ସମାଧାନ ନହୁଏ ତେବେ ଆଗାମୀ ଦିନରେ ଗଣଆନ୍ଦୋଳନ ଚେତାବନୀ ଦିଆଯାଇଛି।

ଏହି ଧାରଣାରେ ଗ୍ରାମର ନିରଂଜନ ବେହେରା, ଜିତେନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ରଣା, ଶ୍ରୀଧର ରଣା, ରାକେଶ ସାହୁ, ଜୀବନ ଦଳାଇ, ଧର ସେଠୀ, ଭାନୁ ମଣ୍ଡଳ, ଆଲୋକ ମଣ୍ଡଳ, ଆଲୋକ ବେହେରାଙ୍କ ସମେତ ଶତାଧିକ ଉପଭୋକ୍ତା ଏହି ଧାରଣାରେ ବସିଥିଲେ। ଏହି ଧାରଣାକୁ ଝାଲପଡ଼ା ସରପଞ୍ଚ ନିର୍ମଳ କୁମାର ସାମଲ ସମର୍ଥନ ଜଣାଇଛନ୍ତି। ଆସନ୍ତା ଦିନରେ ଏହାର ସମାଧାନ ନହେଲେ ବଡ଼ଧରଣର ଗଣ ଆନ୍ଦୋଳନ କରିବାକୁ ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe