କାରଖାନା ଫାଟକ ଆଗରେ ଗ୍ରାମବାସୀଙ୍କ ଆନ୍ଦୋଳନ

Advertisment
କାରଖାନା ଫାଟକ ଆଗରେ ଗ୍ରାମବାସୀଙ୍କ ଆନ୍ଦୋଳନ

ବଡ଼ବିଲ: ବିଭିନ୍ନ ଦାବି ନେଇ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତରେ ଥିବା ନର୍ଭେରାମ୍ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ କମ୍ପାନିର ଫାଟକ ସମ୍ମୁଖରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି। କାରଖାନାରେ ସ୍ଥାନୀୟ ଅଞ୍ଚଳର ଯୁବକଯୁବତୀଙ୍କୁ ନିଯୁକ୍ତି, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବସ୍‌ ସେବା, ପାନୀୟଜଳ ଯୋଗାଣ ଓ ସ୍ଥାନୀୟ ଲୋକଙ୍କୁ ପରିବହନ କାମ ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଏନେଇ କମ୍ପାନି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ, ସ୍ଥାନୀୟ ଲୋକଙ୍କ ବିଭିନ୍ନ ଦାବି ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଛି। ୩ ତାରିଖ ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe