ରାସ୍ତାକଡ଼ରୁ ଆମ୍ବଗଛ କାଟିବା ନେଇ ଗ୍ରାମବାସୀଙ୍କ ତୀବ୍ର ପ୍ରତିକ୍ରୀୟା

୨୬ ନମ୍ବର ଜାତୀୟ ରାଜପଥର ଦୁରୁଗୁଡା ଗାଁ ନିକଟରେ ଦୁଇଟି ବିରାଟ ଆମ୍ବ ଗଛ କାଟିବା ଘଟଣାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିବା ସହ  ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

kpt

କୋରାପୁଟ: ସୁନାବେଡା ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଦୁରୁଗୁଡା ଗାଁ ନିକଟରେ ଦୁଇଟି ବିରାଟ ଆମ୍ବ ଗଛ କାଟିବା ଘଟଣାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିବା ସହ  ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଶୁକ୍ରବାର ଦିନ ଦ୍ୱିପହରେ ୨୬ ନମ୍ବର ଜାତୀୟ ରାଜପଥର  ଦୁରୁଗୁଡା ଗାଁ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ସାମନାରେ ଥିବା ଶହ ଶହ ବର୍ଷର ଦୁଇଟି ବିରାଟ କାୟ ଆମ୍ବଗଛ କୁ କାଟିବା ଘଟଣାକୁ ନେଇ ଆଜି ଗ୍ରାମବାସୀମାନେ ତୀବ୍ରପ୍ରତିକ୍ରୀୟା ପ୍ରକାଶ କରିଛନ୍ତି।

ପେଟ୍ରୋଲ ପମ୍ପ ସାମନା ଗଛ ପାଖରେ ଠିଆହୋଇ ହୋ ହାଲ୍ଲା କରିଥିଲେ। ପ୍ରମାଣ ନଷ୍ଟ କରିବାପାଇଁ ଗୋଟିଏ ଗଛକୁ କାଟି ଖଣ୍ଡ ଖଣ୍ଡ କରି ଅନ୍ୟତ୍ର ପକାଇ ଦେଇଥିବା ବେଳେ ଗ୍ରାମବାସୀ ଉପସ୍ଥିତ ରହି ଗଛକୁ ଜଗି ରହିବା ସହ ବନବିଭାଗର କୋରାପୁଟ ରେଂଜ ଅଧିକାରୀଙ୍କୁ ଜଣାଇ ଥିଲେ। ଆଜି ପଦ୍ମପୁର ସରପଞ୍ଚ ଚୈତନ ଜାନି ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥ କଡରେ ଥିବା ଏହି ଗଛକୁ ବନ ବିଭାଗର ବିନା ଅନୁମତିରେ କିପରି ଓ କାହିଁକି କଟାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥୁବା ବେଳେ ଏହାକୁ କାହିଁକି କଟଗଲା, ଏଥିନେଇ ସୋମବାର ଦିନ ଜିଲ୍ଲାପାଳକୁ ଜଣାଇବେ ବୋଲି ଶ୍ରୀ ଜାନି ପ୍ରକାଶ କରିଛନ୍ତି।

ଗାଁର ବଲ୍ଲଭ ମୁଦୁଲି, ଦୀନବନ୍ଧୁ ହନ୍ତାଳଙ୍କ ଶହ ଗ୍ରାମବାସି ଉପସ୍ଥିତ ଥିଲେ। ରେଂଜ ଅଧିକାରୀ ଏସ କେ ପାହାଡସିଂ ଘଟଣାସ୍ଥଳକୁ ଯାଇ ଯାଂଚ କରିଥିଲେ। ପଟ୍ରୋଲ ପମ୍ପ ମାଲିକ ୨୦୨୧ମସିହାରେ ଗୋଟିଏ ଜାମୁନ, ୩ଟି ଆମ୍ବଗଛ କାଟିବା ପାଇଁ କୋରାପୁଟବନଖଣ୍ଡ ଅଧିକାରୀଙ୍କ ନିକଟରୁ ଅନୁମତି ପତ୍ର ପାଇଥିଲେ। ସେ ଏହି ଅନୁମତିପତ୍ର ରେଂଜ ଅଧିକାରୀଙ୍କୁ ଦେଖାଇଥିଲେ।

ପୂର୍ବରୁ ଜାମୁ ଗଛ କାଟିଥିଲେ ହେଁ ଆମ୍ବଗଛ କାଟି ନଥିଲେ। ଏବେ ସେ ଏହି ଦୁଇଟି ଆମ୍ବଗଛ କାଟିଥିବା ଯାଂଚ ବେଳେ ଜଣା ପଡିଥିବା କହିଛନ୍ତି କୋରାପୁଟ ରେଂଜ ଅଧିକାରୀ। ଏହା ବାଦେ ବି ରେଂଜ ଅଧିକାରୀ ଜମିଟି କାହା ଅଧିନରେ ରହିଛି ତାହାର ଏବେ କାର ସତ୍ତ୍ବ ଓ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ପାଇଁ ଚିଠି କରିଥିବା କହିଛନ୍ତି ରେଂଜ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe