Villagers stopped a fertilizer tractor from Chhattisgarh and distributed fertilizer Photograph: (sambad.in)
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ଚିକଲପଦର ଗାଁରେ ଛତିଶଗଡ ରାଜ୍ୟରୁ ଆସୁଥିବା ସାର ଟ୍ରାକ୍ଟରକୁ ଅଟକ ରଖି ସେହି ସାରକୁ ଗୁରୁବାର କୃଷି ବିଭାଗ ଓ ପୁଲିସ ଉପସ୍ଥିତିରେ ଚାଷୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ୨ ଟ୍ରାକ୍ଟର ଭର୍ତ୍ତି ୟୁରିଆ ସାର ଚିକଲପଦର ଗ୍ରାମ ଦେଇ ବୁର୍ଜା ଗ୍ରାମ ଅଭିମୁଖେ ଯାଉଥିଲା। ତେବେ ଗାଁରେ ଗଣେଶ ପୂଜା ଅନୁଷ୍ଠିତ ହେଉ ଥିବାରୁ ସେଠାରେ ଉପସ୍ଥିତ ଥିବା କିଛି ଯୁବକ ୨ ଟ୍ରାକ୍ଟରରେ ସାର ଯାଉଥିବା ଦେଖି ଅଟକାଇବା ପାଇଁ ଚେଷ୍ଟା କରିଥିଲେ।
ତେବେ ଗୋଟିଏ ଟ୍ରାକ୍ଟର ଖସି ଯିବାରେ ସଫଳ ହେଇ ଥିଲେ ହେଁ ଗୋଟିଏ ଟ୍ରାକ୍ଟର ଯୁବକ ମାନଙ୍କ ଦ୍ଵାରା ଅଟକ ରହିଥିଲ। ପ୍ରଥମେ ଡ୍ରାଇଭର ୩୦ ହଜାର ଟଙ୍କା ନେଇ ଛାଡ଼ି ଦେବା ପାଇଁ ନେହୁରା ହୋଇଥିଲା। କିନ୍ତୁ ଏହାକୁ ଯୁବକମାନେ ମ।ନି ନ ଥିଲେ।
ଟ୍ରାକ୍ଟରକୁ ଅଟକ ରଖି ରାତି ସାରା ଯୁବକମାନେ ଜଗି ରହିଥିଲେ। ଟ୍ରାକ୍ଟରରେ ମୋଟ ୧୦୦ବ୍ୟାଗ ୟୁରିଆ ସାର ଥିଲା। ଗୁରୁବାର ସକାଳେ ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ନାୟକ , କୃଷି ବିଭାଗର କିଛି କର୍ମଚାରୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଟ୍ରାକ୍ଟର ଅଟକ ରହି ଥିବା ଶୁଣି କିଛି ସମୟ ପରେ ସିର୍ଲିଗୁଡା, କୁସୁମଗୁଡା ଓ ବୁର୍ଜା ଗ୍ରାମର କିଛି ଚାଷୀ ପହଞ୍ଚି ସାର ଗାଡିକୁ ଛାଡ଼ି ଦେବା ପାଇଁ କହିଥିଲେ। ଅଟକକୁ ନେଇ ବିରୋଧ କରିବା ସହ ତୁରନ୍ତ ଛାଡି ତେବ। ପାଇଁ ଦାବି କରିଥିଲେ।
ତେବେ ଚିକଲ ପଦର ଗ୍ରାମବାସୀ ସେମାନଙ୍କୁ ସାର ମିଳୁ ନଥିବା ବେଳେ କୁଆଡୁ ସାର ଆସିଲା ବୋଲି ପ୍ରଶ୍ନ କରିବା ସହ ନଛାଡ଼ି ବାକୁ ଜିଦ୍ ଧରିଥିଲେ। ଏହାକୁ ନେଇ ଉଭୟ ଗାଁ ଗୁଡ଼ିକର ଚାଷୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲ।। ଚିକଲପଦର ଗ୍ରାମବାସୀଙ୍କ ଜିଦ୍ ଦେଖି ପୁଲିସ ଉପସ୍ଥିତିରେ କୃଷି ବିଭାଗ ଅଧିକାରୀମାନେ ପ୍ରତ୍ୟେକ ଚାଷୀଙ୍କୁ ଗୋଟିଏ ଗୋଟାଏ ବ୍ୟାଗ ସାର ସରକାରୀ ଦରରେ ବିକ୍ରି କରିଥିଲେ।
Nabarangpur
Follow Us