ମଦ ବିରୋଧି ଯୁବକଙ୍କୁ ଅପହରଣ ଅଭିଯୋଗ: ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

Advertisment

ଥାନାରେ ପହଞ୍ଚିଲେ ତଳସରା ବିଧାୟକ: ପୁଲିସର ଭୂମିକା ନେଇ ଅସନ୍ତୋଷ ପ୍ରକାଶ କଲେ

ଥାନାରେ ପହଞ୍ଚିଲେ ତଳସରା ବିଧାୟକ: ପୁଲିସର ଭୂମିକା ନେଇ ଅସନ୍ତୋଷ ପ୍ରକାଶ କଲେ

ମଦ ବିରୋଧି ଯୁବକଙ୍କୁ ଅପହରଣ ଅଭିଯୋଗ: ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ଲେଫ୍ରିପଡା:ଲେଫ୍ରିପଡା ଥାନା ଅନ୍ତର୍ଗତ ସୁଆରିଜୋର ଗ୍ରାମରେ ଚୋରା ମଦ କାରବାରକୁ ନେଇ ଅଶାନ୍ତ ବାତାବରଣ ଦେଖାଦେଇଛି।ସର୍ଗିପାଲି ସରକାରୀ ଦେଶୀ ମଦ ଦୋକାନ ର କେତେକ କର୍ମଚାରୀ ଶନିବାର ସନ୍ଧ୍ୟାରେ ଗୁଣ୍ଡିଆଡିହି ଶାଖା ଦୋକାନ କୁ ଏକ ବୋଲେରୋରେ ଯାଉଥିବା ବେଳେ ସୁଆରିଯୋର ଠାରେ କେତେକ ଯୁବକ ଅଟକାଇ ମାଡପିଟ ଓ ଲୁଟ୍ ପାଟ୍ ଉଦ୍ୟମ କରିଥିବା ନେଇ ଥାନାରେ ଏକ ମାମଳା ଋଜୁ ହୋଇଛି। ଅପରପକ୍ଷରେ ସୋମବାର ସନ୍ଧ୍ୟାରେ ସେହି ଗ୍ରାମର ଜଣେ ମଦ ବିରୋଧି ଯୁବକଙ୍କୁ ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଦ୍ୟାବଧି ଯୁବକଟିର କୌଣସି ପତ୍ତା ମିଳି ନ ଥିବାରୁ  ତାଙ୍କ ଉଦ୍ଧାର ଦାବିରେ ସୋମବାର ରାତିରୁ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣା ଜାରି ରଖିଛନ୍ତି ।

ସୂଚନା ମୁତାବକ ସୁଆରିଯୋର ଗ୍ରାମର ଈଶ୍ୱର କିସାନ ଓ ତାଙ୍କ ଚାରି ଜଣ ସାଙ୍ଗ ଶିବ ମନ୍ଦିର ଯାଇ ଘରକୁ ଫେରୁଥିବା ବେଳେ ଲେଫ୍ରିପଡା ଅଲେଖପଡ଼ାରେ ରହୁଥିବା ଜିଲେଶ୍ୱର ପୃଷେଟ ଓ ତାଙ୍କ ସ୍ତ୍ରୀ ଯିଏକି ସର୍ଗିପାଲି ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଦୋକାନ ର ଏକ ଏଜେଣ୍ଟ  ଇଶ୍ଵର ଓ ତାର ସାଙ୍ଗମାନଙ୍କୁ ଅଟକାଇ ଥିଲେ। ସେମାନେ ଈଶ୍ୱର କିସାନଙ୍କୁ ଧରି ମାଡପିଟ କରିବାରୁ ତାଙ୍କ ସାଙ୍ଗ ମାନେ ତାଙ୍କୁ ଛାଡି ଭୟରେ ଦୌଡି ପଳାଇଥିଲେ । ସେମାନେ ଗାଁକୁ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଗ୍ରାମବାସୀଙ୍କ ସହ ଈଶ୍ୱରଙ୍କ ପତ୍ନୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଥିଲେ ହେଁ ତାଙ୍କ ଖୋଜଖବର ମିଳି ନ ଥିଲା । ଏଣୁ ତାଙ୍କ ପତ୍ନୀ ମୋ ସ୍ୱାମୀଙ୍କୁ କୁଆଡେ ରଖିଛ ବୋଲି ଜିଲେଶ୍ୱରଙ୍କୁ ପଚାରି ଥିଲେ । ତେବେ ଜିଲେଶ୍ୱରର ସ୍ତ୍ରୀ ତାଙ୍କୁ ଧମକଚମକ ଦେଇ ତଡି ଦେଇଥିଲେ । ଫଳରେ ସେମାନେ ସିଧାସଳଖ ଥାନାକୁ ଆସି ଘଟଣା ସମ୍ପର୍କରେ ଜଣାଇ ଥିଲେ। ସବ-ଇନ୍ସପେକ୍ଟର ଜୟନ୍ତୀ ନାୟକ ସଦଳବଳ ଜିଲେଶ୍ୱରଙ୍କ ଘରକୁ ପହଞ୍ଚି ଈଶ୍ୱରଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ କୌଣସି ସନ୍ଧାନ ମିଳି ନ ଥିଲା । ଏହା ଜାଣି ଥାନାକୁ ଆସିଥିବା ଗ୍ରାମବାସୀ ଆହୁରି ଉତ୍ତେଜିତ ହୋଇ ପଡିଥିଲେ ।

publive-image

ଅପହୃତ ଈଶ୍ୱରଙ୍କୁ ଖୋଜି ନ ଆଣିବା ଯାଏ ଥାନାରୁ ହଟିବେ ନାହିଁ ବୋଲି ପୁଲିସକୁ ରୋକଠୋକ୍ ଶୁଣାଇଥିଲେ । ପୁଲିସ ଯେତେ ବୁଝାସୁଝା କଲେ ମଧ୍ୟରେ ସେମାନେ ନିଜ ଜିଦରେ ଅଟଳ ରହି ଥାନା ପ୍ରାଙ୍ଗଣରେ ବସି ରହିଥିଲେ । ଖବର ପାଇ ସୁନ୍ଦରଗଡ଼ ସଦର ଏସଡିପିଓ ମଧୁସିକ୍ତା ମିଶ୍ର ଲେଫ୍ରିପଡ଼ା ଥାନା ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ତଥାପି ସେମାନେ ତାଙ୍କ ଜିଦରେ ଅଟଳ ରହି ରାତି ସାରା ଥାନା ପ୍ରାଙ୍ଗଣରେ ବସି ରହିଥିବା ବେଳେ ଆଜି ମଧ୍ୟ ସନ୍ଧ୍ୟା ସୁଦ୍ଧା ବସି ରହିଛନ୍ତି। ପୁଲିସ ଡିଲେଶ୍ୱର ଓ ତାଙ୍କ ପତ୍ନୀଙ୍କୁ ଥାନାରେ ଅଟକ ରଖି ଜେରା ଚଳାଇଛି । ପରେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଥାନା କୁ ପହଞ୍ଚି ଆଜି ଦେଶ ଆଦିବାସୀ ଦିବସ ପାଳନ କରୁଥିବା ବେଳେ ଜଣେ ଆଦିବାସୀ ଯୁବକର ଅପହରଣକୁ ସେ ତୀବ୍ର ନିନ୍ଦା କରିବା ସହ ପୁଲିସ ର ଭୂମିକା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଏସଡିପିଓ ମଧୁସିକ୍ତା ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ଏସଡିପିଓ ଅପହୃତ ଯୁବକ ସଂପର୍କରେ ସୂଚନା ପାଇସାରିଥିବା ଏବଂ ଖୁବ୍ ଶୀଘ୍ର ତାକୁ ଉଦ୍ଧାର କରାଯିବ ବୋଲି କହିଥିଲେ। ବିଧାୟକ ଶ୍ରୀ ଭୋଇ ଗ୍ରାମବାସୀ ଙ୍କୁ ବୁଝାଶୁଝା କରି ସେ ତାଙ୍କ ସହ ଅଛନ୍ତି ଏବଂ ପୁଲିସର ପ୍ରତିଶ୍ରୁତିକୁ ଅପେକ୍ଷା କରିବାକୁ କହିଥିଲେ ମଧ୍ୟ ଉତ୍ତେଜିତ ଲୋକେ ଥାନା ରୁ ହଟି ନ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe