ଫରେଷ୍ଟର୍‌ଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ: ହାତୀ ଉପଦ୍ରବ ରୋକିବାରେ ବିଫଳ

Advertisment

ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ୍‌ ନୂଆଡ଼ିହି ଫରେଷ୍ଟର୍‌ ଛବିଳ ବେହେରାଙ୍କୁ ସ୍ଥାନୀୟ ଲୋକେ ଶୁକ୍ରବାର ବିଳମ୍ବିତ ରାତି ଯାଏଁ ଏକ ଗଛରେ ବାନ୍ଧିଦେଇଥିଲେ। କୁଣ୍ଢେଇଗୋଳା ଥାନା ଭେଜିକୁଦର

ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ୍‌ ନୂଆଡ଼ିହି ଫରେଷ୍ଟର୍‌ ଛବିଳ ବେହେରାଙ୍କୁ ସ୍ଥାନୀୟ ଲୋକେ ଶୁକ୍ରବାର ବିଳମ୍ବିତ ରାତି ଯାଏଁ ଏକ ଗଛରେ ବାନ୍ଧିଦେଇଥିଲେ। କୁଣ୍ଢେଇଗୋଳା ଥାନା ଭେଜିକୁଦର

hhuh

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ୍‌ ନୂଆଡ଼ିହି ଫରେଷ୍ଟର୍‌ ଛବିଳ ବେହେରାଙ୍କୁ ସ୍ଥାନୀୟ ଲୋକେ ଶୁକ୍ରବାର ବିଳମ୍ବିତ ରାତି ଯାଏଁ ଏକ ଗଛରେ ବାନ୍ଧିଦେଇଥିଲେ। କୁଣ୍ଢେଇଗୋଳା ଥାନା ଭେଜିକୁଦର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। କାର୍ଯ୍ୟରେ ଅବହେଳା, ଅଶାଳୀନ ବ୍ୟବହାର, ନ ଘଉଡ଼ାଇବା ଯୋଗୁ ହାତୀ ଉପଦ୍ରବ, ହାତୀ ଉପଦ୍ରବ ଜନିତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ନ ମିଳିବା ଆଦି ଅଭିଯୋଗ ଆଣି ସ୍ଥାନୀୟ ଲୋକେ ଏଭଳି ପଦକ୍ଷେପ ନେଇଛନ୍ତି। ଖବର ପାଇ ଏସିଏଫ୍‌ ଅରୁଣ ବେହେରା, ରେଞ୍ଜର୍‌ ନିରଞ୍ଜନ ଧରୁଆ ପହଞ୍ଚି ବୁଝାସୁଝା ପରେ ରାତି ୧୧ଟାରେ ଫରେଷ୍ଟର୍‌ଙ୍କୁ ଗ୍ରାମବାସୀ ଛାଡ଼ିଥିଲେ। 

ଦୁଇ ବର୍ଷରୁ ଅଧିକ ହେଲା ଛବିଳ ଫରେଷ୍ଟର୍‌ ଭାବେ ଏଠ‌ାରେ କାର୍ଯ୍ୟ କରୁଛନ୍ତି। ତେବେ ଲୋକଙ୍କୁ ଅଶାଳୀନ ବ୍ୟବହାର, କାର୍ଯ୍ୟରେ ଅବହେଳାକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ। ଗତ କିଛି ମାସ ହେଲା ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। ଫଳରେ ଏକର ଏକର ଧାନ ଫସଲ ନଷ୍ଟ ହେଉଥିବା ବେଳେ ଚାଷୀ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ରାତିରେ ୧୦ ଟିକିଆ ହାତୀପଲ ଜମିରେ ପଶି ଫସଲ ନଷ୍ଟ କରିଥିଲେ। ମାତ୍ର ବନ ବିଭାଗ ହାତୀ ଘଉଡ଼‌ାଇବାରେ ବିଫଳ ହୋଇଥିଲା। ଏନେଇ ଲୋକେ ଉତ୍ତେଜିତ ହୋଇ ଘଟଣାସ୍ଥଳକୁ ଆସିଥିବା ଫରେଷ୍ଟର୍‌ ଛବିଳଙ୍କୁ ଗଛରେ ବାନ୍ଧି ପ୍ରତିବାଦ କରିଥିଲେ। ସମ୍ପୃକ୍ତ ଫରେଷ୍ଟର୍‌ଙ୍କୁ ବହୁ ଦିନ ହେଲା ଅନ୍ୟତ୍ର ବଦଳି ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ହେଲେ କିଛି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe