ରାସ୍ତା ଓ ପାନୀୟଜଳ ସମସ୍ୟା ସମାଧାନ ହେଉ ନ ଥିବାରୁ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

Advertisment
ରାସ୍ତା ଓ ପାନୀୟଜଳ ସମସ୍ୟା ସମାଧାନ ହେଉ ନ ଥିବାରୁ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଦାନଗଦୀ : ଭୋଟ ଆସିଲେ ଭେଟଘାଟ, କାମ ହାସଲ ପରେ କେହି କେବେ ବୁଝନ୍ତି ନାହିଁ ଗ୍ରାମବାସୀଙ୍କ ସମସ୍ୟା। ସୁକିନ୍ଦା ନିର୍ବାଚନମଣ୍ଡଳୀ ଦାନଗଦୀ ବ୍ଲକ ଶାଳିଜଙ୍ଗା ପଞ୍ଚାୟତ ୮ ନମ୍ବର ୱାର୍ଡ ବେଣାପାଟିଆ ଗ୍ରାମବାସୀ ବର୍ଷ ବର୍ଷ ଧରି ଅବହେଳିତ ରହିଥିବା ଅଭିଯୋଗ କରି ସମୂହ ଭୋଟ ବର୍ଜନ କରିବାକୁ ଘୋଷଣା କରିଛନ୍ତି।

ବେଣାପାଟିଆ ଗ୍ରାମରେ ୪୦୦ ଭୋଟର ଅଛନ୍ତି। ଗାଁରେ ରାସ୍ତାଘାଟ ଓ ପାନୀୟଜଳ ସମସ୍ୟା ରହିଛି। କଳିଙ୍ଗନଗର ଶିଳ୍ପାଞ୍ଚ ପାଇଁ ପ୍ରଦୂଷଣ ବଳୟରେ ରହିଥିବା ଗ୍ରାମବାସୀ କିଡନି, ଚର୍ମ, ପେଟରୋଗ ଓ ଯକ୍ଷ୍ମା ରୋଗରେ ପୀଡ଼ିତ ହେଉଛନ୍ତି। ଏହାର ସମାଧାନ ପାଇଁ ପ୍ରଶାସନ କିମ୍ବା ରାଜନେତା ଧ୍ୟାନ ଦେଇନାହାନ୍ତି। ଏହି କାରଣରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେହି ଭୋଟ ଦେବେ ନାହିଁ ବୋଲି ଗାଁ ଖେଳପଡ଼ିଆରେ ଗ୍ରାମବାସୀ ଏକାଠି ହୋଇ ଚେତାବନୀ ଦେଇଛନ୍ତି। ଏଥିସହ ଗ୍ରାମର ୱାର୍ଡ ସଭ୍ୟ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି।

ଗ୍ରାମର ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟଜଳ ବ୍ୟବସ୍ଥା କରିବାକୁ ପାଇଁ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ହେଁ ସମାଧାନ ହେଉନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ଶାଳିଜଙ୍ଗାଠାରୁ ଗ୍ରାମକୁ ସଂଯୋଗ ରାସ୍ତା ନଥିବାରୁ ଲୋକେ ୫ କିମି ବୁଲିବୁଲି ସେଠାକୁ ଯାଇଥାନ୍ତି। ଜରୁରି ସମୟରେ ଗାଁ ଭିତରକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ଆସିପାରୁନାହିଁ। ସୁକିନ୍ଦା ବିଧାୟକ ରାସ୍ତା ନିର୍ମାଣ ନିମନ୍ତେ ୬ମାସ ତଳେ ଶୁଭ ଦେଇଥିଲେ ମଧ୍ୟ ପ୍ରଶାସନିକ ଅବହେଳାରୁ ଅଦ୍ୟାବଧି ରାସ୍ତା ନିର୍ମାଣ ଆରମ୍ଭ ହୋଇ ପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍ବଚ୍ଛ ପାନୀୟଜଳ ଅଭାବରୁ ଏକ ପୁରୁଣା କୂଅ ପାଣିକୁ ଲୋକେ ବ୍ୟବହାର କରୁଛନ୍ତି। ଏହାର ସମାଧାନ କରାଯାଉ ନଥିବାବେଳେ ଭୋଟ ଆସିଲେ ନେତାମାନେ ଗାଁରେ ପହଞ୍ଚି ପ୍ରତିଶ୍ରୁତି ଦେଇଥାନ୍ତି। ପରବର୍ତ୍ତୀ ସମୟରେ ତାହା ଭୁଲିଯାଇଥାନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe