ଡକାୟତଙ୍କ ଭୟ: ଗାଁରେ ପହରା ଦେଉଛନ୍ତି ଯୁବଗୋଷ୍ଠୀ

Advertisment
ଡକାୟତଙ୍କ ଭୟ: ଗାଁରେ ପହରା ଦେଉଛନ୍ତି ଯୁବଗୋଷ୍ଠୀ

ରୁପ୍ରାରୋଡ଼: ଚୋର, ଡକାୟତ ଓ ଅଜଣା ବ୍ୟକ୍ତିଙ୍କ ଭୟ ନର୍ଲା ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ଆଖିର ନିଦ ହଜାଇ ଦେଇଛି। ରାତି ହେବା ପୂର୍ବରୁ ଯିଏ ଯେଉଁଠି ଥିଲେ ଘରକୁ ଚାଲି ଆସୁଛନ୍ତି। ସନ୍ଧ୍ୟା ପରେ ଗାଁ ଗୁଡ଼ିକରେ ଅଘୋଷିତ କର୍ଫ୍ୟୁ ଲାଗିଲା ପରି ମନେ ହେଉଛି। ନର୍ଲା ବ୍ଲକ କେସିଙ୍ଗା ଥାନା ଅଧୀନ ଧଅଁରାମାଲର ପିପୋଲପଡ଼ା‌ର ଯୁବକମାନେ ରାତିରେ ଗାଁରେ ପହରା ଦେଉଥିବା ଦେଖାଯାଇଛି। ଅନ୍ୟପକ୍ଷରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe