ଗୁଣିଆ ସନ୍ଦେହରେ ୪ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ, ଗ୍ରାମବାସୀ ପୁଲିସ ମୁହାଁମୁହିଁ

Advertisment
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ ଘଟଣା: ଏତଲାକାରୀ ମହିଳାଙ୍କୁ ହତ୍ୟା

ଆସିକା : କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଧିଆପଲ୍ଲୀ ଗ୍ରାମରେ ଗୁଣିଆ ସନ୍ଦେହରେ ଚାରି ଜଣଙ୍କୁ ଅଟକ ରଖି ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗ୍ରାମର ରାଜେନ୍ଦ୍ର ନାହାକ ବାଘୁଆ ନଦୀରୁ ଗାଧୋଇ ଫେରୁଥିବା ବେଳେ କିଛି ଗ୍ରାମବାସୀ ତାଙ୍କୁ ଉଠାଇ ନେଇ ଆକ୍ରମଣ କରିଥିଲେ। ରାଜେନ୍ଦ୍ର ସହିତ ଗ୍ରାମର ଅନ୍ୟ ତିନିଜଣ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ଜଣକୁ ପ୍ରେତାତ୍ମା ଲାଗିବା ପରେ ସେ ଗ୍ରାମର ଚାରିଜଣ ଗୁଣିଆଙ୍କ ନାମ ପ୍ରକାଶ କରିଥିଲା। ଏହା ପରେ ଲୋକ ସେହି ଚାରିଜଣଙ୍କୁ ଖୋଜି ମରଣାନ୍ତକ ଆକ୍ରମଣ କରିଛନ୍ତି। କୌଶଳ କ୍ରମେ ରାଜେନ୍ଦ୍ର ଗାଁ ବାହାରକୁ ଦୌଡ଼ି ପଳାଇବାରେ ସମର୍ଥ ହେବା ପରେ ପୁଲିସ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛି। ଅଟକ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିବା ପାଇଁ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଦୁଇ ପ୍ଲାଟୁନ ପୋଲିସ ସହ ଗ୍ରାମରେ ଚଢ଼ଉ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe