ଭିମ୍‌ସାର ଡାକ୍ତର ଓ ନର୍ସଙ୍କୁ କରୋନା!

Advertisment
ନିୟନ୍ତ୍ରଣରେ ଭିମସାର୍‌ ସଂକ୍ରମଣ

Get My University

ସମ୍ବଲପୁର : ଭିମ୍‌ସାର ଆଇସିୟୁରେ କାର୍ଯ୍ୟରତ ପଲ୍‌ମୋନାରି ମେଡିସିନ୍‌ ବିଭାଗର ଜଣେ ପିଜି ଡାକ୍ତର(୩୦) ଓ ଜଣେ ନର୍ସ(୩୫) ସୋମବାର କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ସରକାରୀ ଭାବେ ଏ ବିଷୟ ଘୋଷଣା କରାଯାଇ ନ ଥିଲେ ମଧ୍ୟ ସୋମବାର ସନ୍ଧ୍ୟାରେ ଏହି ଡାକ୍ତର ଓ ନର୍ସଙ୍କୁ ସମ୍ବଲପୁର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ସେମାନଙ୍କୁ ଭୁବନେଶ୍ବର ପଠାଇବା ପାଇଁ ଯୋଜନା କରାଯାଉଥିବା ସୂଚନା ମିଳିଛି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ ହୋଇଛି। ଖବର ଲେଖାହେବା ଯାଏ ଉକ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ୮୦ ଜଣ ଆସିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଡାକ୍ତର, ୮ ଜଣ ନର୍ସ ଓ ୧୪ ଜଣ ଗୁରୁତର ରୋଗୀ ମଧ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୨୨ ଜଣ ହାଇ ରିସ୍କ୍‌ କଣ୍ଟାକ୍ଟରେ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ସଂ‌ଗରୋଧରେ ଯିବାକୁ ନିର୍ଦେଶ ହୋଇଛି। ଏଥିସହ ଆଜି ଭିମ୍‌ସାର କର୍କଟ ରୋଗ ବିଭାଗକୁ ଚିକିତ୍ସା ପାଇଁ ଆସିଥିବା ୨ ଜଣ ଆଣ୍ଟିଜେନ୍‌ ଟେଷ୍ଟରେ କରୋନା ସଂକ୍ରମିତ ବୋଲି ସୂଚନା ମିଳିବାରୁ ସେମାନଙ୍କୁ ମଧ୍ୟ ରାଉର‌କେଲା କୋଭିଡ୍‌ ହସ୍ପିଟାଲ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଭିମ୍‌ସାରରେ ଆତଙ୍କ ଖେଳି ଯାଇଛି।

ଭିମ୍‌ସାରରେ ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ସଂକ୍ରମିତ ଡାକ୍ତର ଓ ନର୍ସ ସେଣ୍ଟ୍ରାଲ ଆଇସିୟୁରେ କାର୍ଯ୍ୟରତ ଥିବାରୁ ଏହି ଆଇସିୟୁରେ ଆଉ ନୂଆ ରୋଗୀ ଭର୍ତ୍ତି କରାଯିବ ନାହିଁ ବୋଲି ନିର୍ଦେଶ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଡାକ୍ତର କାହା ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡ଼ୁନାହିଁ। ଘଟଣା ସମ୍ପର୍କରେ ଭିମ୍‌ସାର କୋଭିଡ୍‌ ନୋଡାଲ ଅଧିକାରୀ ଡା. ସୁଦର୍ଶନ ପୋଥାଳଙ୍କୁ ଯୋଗାଯୋଗ କରାଯିବାରେ ଡାକ୍ତରଙ୍କ ସଂକ୍ରମଣ ଘଟଣାକୁ ସେ ସ୍ବୀକାର କରିଥିଲେ। ସେପ‌ଟେ, ଡାକ୍ତର ଓ ରୋଗୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କର୍ତ୍ତୃପକ୍ଷ ଆବଶ୍ୟକ ବ୍ୟବସ୍ଥା କରିଥିବା ନେଇ ନିର୍ଦେଶକ ପ୍ରଫେସର ଲଲିତ ମେହେର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe