ଆମକୁ ଦରକାର ନାହିଁ ଆଗୁଆ ଦରମା, ଗରିବଙ୍କ ପାଇଁ ଖର୍ଚ୍ଚ କରାଯାଉ ଟଙ୍କା: ବୁର୍ଲାର ୨୪ ଡାକ୍ତର

Advertisment
ଆମକୁ ଦରକାର ନାହିଁ ଆଗୁଆ ଦରମା, ଗରିବଙ୍କ ପାଇଁ ଖର୍ଚ୍ଚ କରାଯାଉ ଟଙ୍କା: ବୁର୍ଲାର ୨୪ ଡାକ୍ତର

Medical News Today

ବୁର୍ଲା: ରାଜ୍ୟରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ସ୍ବାସ୍ଥ୍ୟସେବାରେ ନି‌ୟୋଜିତ ସମସ୍ତ କର୍ମଚାରୀଙ୍କୁ ଚାରି ମାସର ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ | ତେବେ ଏହି ଆଗୁଆ ଦରମା ଟଙ୍କାକୁ ଗରିବଙ୍କ ହିତ ପାଇଁ ଖର୍ଚ୍ଚ କରାଯାଉ ବୋଲି ବୁର୍ଲାର ୨୪ ଜଣ ଡାକ୍ତର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବୁର୍ଲାର ଏହି ୨୪ ଜଣ ଡାକ୍ତର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଯେଉଁ ଦରମା ସେମାନଙ୍କୁ ଆଗୁଆ ଭାବେ ମିଳିବାର ଅଛି ତାହା ସେମାନଙ୍କୁ ନ ଦେଇ ସେହି ଟଙ୍କାକୁ ଗରିବଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉ |

publive-image

ବର୍ତ୍ତମାନ କରୋନା ପାଇଁ ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଦେଶ ଓ ରାଜ୍ୟ ଗତି କରୁଛି, ସେଥିପାଇଁ କରୋନାକୁ ହରାଇବା ପାଇଁ ଏହି ଦରମାକୁ ରୋଗୀଙ୍କ ପାଇଁ ଖର୍ଚ୍ଚ କରାଯାଉ | ଏହି ଅର୍ଥ ରାଶିରେ ରୋଗୀଙ୍କ ପାଇଁ ଉନ୍ନତମାନର ମାସ୍କ ସହ ବ୍ୟକ୍ତିଗତ ସୁରକ୍ଷା ଉପକରଣ କିଣାଯାଉ |

ଏହି ପଦକ୍ଷେପ ନେଇ ଡାକ୍ତର ସଂଘଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି | ଏଠାରେ ସୂଚନା ଥାଉ କି ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ସ୍ବାସ୍ଥ୍ୟସେବାରେ ନି‌ୟୋଜିତ ସମସ୍ତ କର୍ମଚାରୀଙ୍କୁ ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇ ଚାରି ମାସର ଦରମା ଏପ୍ରିଲ୍‌ ମାସରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe