ସଙ୍ଗରୋଧରେ ଗଲେ ବୁର୍ଲା ଭିମସାର୍ ମେଡିକାଲର ୫ ଡାକ୍ତର ଓ ୧୦ ନର୍ସ

Advertisment
ସଙ୍ଗରୋଧରେ ଗଲେ ବୁର୍ଲା ଭିମସାର୍ ମେଡିକାଲର ୫ ଡାକ୍ତର ଓ ୧୦ ନର୍ସ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୧୫ଜଣ କରୋନା ଯୋଦ୍ଧାଙ୍କଠାରେ ସଂକ୍ରମଣ ସନ୍ଦେହ ପ୍ରକାଶ ପାଇବା ପରେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଦିଆଯାଇଛି। ଏଥିରେ ବୁର୍ଲା ଭିମସାର ମେଡିକାଲର ୫ଜଣ ଡାକ୍ତର ଓ ୧୦ ଜଣ ନର୍ସ ଅଛନ୍ତି । ଏମାନଙ୍କ ଭିତରୁ ୨ଜଣ ଡାକ୍ତର ହାଇ ରିସ୍କରେ ଥିବା ବେଳେ ୩ ଜଣ ଡାକ୍ତର ଓ ୧୦ ଜଣ ନର୍ସ ଲୋ ରିସ୍କରେ ଅଛନ୍ତି। ଉପରୋକ୍ତ ହାଇ ରିସ୍କରେ ଥିବା ୨ଜଣ ଡାକ୍ତରଙ୍କୁ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ ଲୋ ରିସ୍କରେ ଥିବା ୧୩ଜଣଙ୍କୁ ସ୍ବାମ୍ ରିପୋର୍ଟ ଆସିବା ଯାଏଁ ସଙ୍ଗରୋଧରେ ରହିବାକୁ କୁହାଯାଇଛି।

publive-image image source--sarv jankari

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରୁ ଜଣେ ରୋଗୀ ବୁର୍ଲା ଭିମସାର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କଠାରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ବରର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫ଜଣ କରୋନା ଯୋଦ୍ଧାଙ୍କୁ ସଙ୍ଗରୋଧରେ ରହିବାକୁ କୁହାଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe