କଠୋର ହେଲେ କନିଷ୍ଠ ଡାକ୍ତର : ସରକାରଙ୍କୁ ୪୮ଘଣ୍ଟା ମହଲତ

ପୂଜାହାରୀଙ୍କୁ ବହିଷ୍କାର, ତୁରନ୍ତ ତଦନ୍ତ ରିପୋର୍ଟ ପ୍ରକାଶ ପାଇଁ ଦାବି

କଠୋର ହେଲେ କନିଷ୍ଠ ଡାକ୍ତର : ସରକାରଙ୍କୁ ୪୮ଘଣ୍ଟା ମହଲତ

କଟକ : ସରକାରଙ୍କୁ ୪୮ଘଣ୍ଟା ମହଲତ ହେଇଛି କନିଷ୍ଠ ଡାକ୍ତର ସଂଘ। ତୁରନ୍ତ ଭିମ୍‌ସାରର ନିର୍ଦ୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ବହିଷ୍କାର ଓ ତଦନ୍ତ ରିପୋର୍ଟ ପ୍ରକାଶ ପାଇଁ ଦାବି କରିଛନ୍ତି ଭିମ୍‌ସାର, ଏସ୍‌ସିବି ଓ ଏମ୍‌କେସିଜିର କନିଷ୍ଠ ଡାକ୍ତର ସଂଘ। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ବାଧ୍ୟ ହୋଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଶୁଣାଇଛନ୍ତି। ଆଜି କଟକ ଆଇଏମ୍‌ଏ ହାଉସ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ୩ମେଡିକାଲ କଲେଜର କନିଷ୍ଠ ଡାକ୍ତର ସଂଘ। ଡାକ୍ତର ପୂଜାହାରୀଙ୍କ ଲୁଣ ଓ ଲେମ୍ବୁ ରସ ଚିକିତ୍ସାକୁ ନେଇ ସେମାନେ ଆପତ୍ତି ଉଠାଇବା ସହ ତାଙ୍କ ବିରୋଧରେ ଦୃଢ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

ଆଜି କଟକ ଆଇଏମ୍‌ଏ ହାଉସ୍‌ରେ ଭିମ୍‌ସାର, ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲର କନିଷ୍ଠ ଡାକ୍ତରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ଯେ ୧୦ ଦିନ ହେଲା ତଦନ୍ତ ସରିଥିଲେ ବି ଆଜି ପର୍ଯ୍ୟନ୍ତ ନିର୍ଦ୍ଦେଶକଙ୍କ ବିରୋଧରେ ହୋଇଥିବା ତଦନ୍ତର ରିପୋର୍ଟ ପ୍ରକାଶ କରାଯାଉ ନାହିଁ। ଦୀର୍ଘ ୧୩ ଦିନ ହେଲା ଭିମ୍‌ସାର କନିଷ୍ଠ ଡାକ୍ତର ସଂଘର ଆନ୍ଦୋଳନ ଯୋଗୁଁ ରୋଗୀ ସେବା ପ୍ରଭା‌ବିତ ହୋଇଛି। ତା ସତ୍ବେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଡାକ୍ତର ପୂଜାହାରୀ ଚିକିତ୍ସା ବିଜ୍ଞାନର ଉଲ୍ଲଘଂନ କରି ଲୁଣ, ଲେମ୍ବୁ ଚିକିତ୍ସା କରୁଛନ୍ତି। ତେବେ ଏହି ଭିଡିଓ ପ୍ରକୃତରେ କାହାର ସେନେଇ ଫରେନ୍‌ସିକ୍ ପରୀକ୍ଷା କରାଯାଉ ବୋଲି କନିଷ୍ଠ ଡାକ୍ତର ସଂଘ ଦାବି କରିଛନ୍ତି। ନିର୍ଦ୍ଦେଶକଙ୍କୁ ତୁରନ୍ତ ବହିଷ୍କାର ସହ ଆଇନ ଅନୁସାରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ୪୮ଘଣ୍ଟା ଭିତରେ ନକଲେ କନିଷ୍ଠ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେଏସ୍‌ସିବି କନିଷ୍ଠ ଡାକ୍ତର ସଂଘ ସଭାପତି ଡାକ୍ତର ପ୍ରଭାତ କୁମାର ରାଉତ, ଭିମ୍‌ସାର ଉପସଭାପତି ଡାକ୍ତର ହିମାଂଶୁ ମିଶ୍ର, ଏମ୍‌କେସିଜିର ଡାକ୍ତର ତୁଷାର କାନ୍ତ ରଥ, ଡାକ୍ତର ଅଭିଷେକ, ଡାକ୍ତର ପ୍ରିୟମିତ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe