image source--new indian express
ସମ୍ବଲପୁର : ଦୀର୍ଘ ୧୨ ଦିନ ବନ୍ଦ ରହିବା ପରେ ସୋମବାରଠାରୁ ଭିମ୍ସାରରେ ଓପିଡି ସେବା ପୁଣି ଆରମ୍ଭ ହୋଇଛି। ଡାକ୍ତରଖାନାରେ ସଂକ୍ରମଣ ନିୟନ୍ତ୍ରଣାଧୀନ ହେବା ପରେ ସୋମବାର ସକାଳ ୮ଟାରୁ ଓପିଡି(ବହିର୍ବିଭାଗ) ସେବା ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ମଧ୍ୟ ୫୦ରୁ ଅଧିକ ଡାକ୍ତର, ନର୍ସ ଓ କର୍ମଚାରୀ ସଙ୍ଗରୋଧରେ ଥିବାରୁ ସୀମିତ ମାନବ ସମ୍ବଳରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହ ଓପିଡି ଖୋଲାଯାଇଥିଲା। ଏଥିସହ ବନ୍ଦ ରହିଥିବା ଅଣଜରୁରୀ ଅସ୍ତ୍ରୋପଚାର ମଧ୍ୟ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହ ଆରମ୍ଭ କରାଯାଇଛି।
ଅନ୍ୟପକ୍ଷରେ ଆଜି ଓପିଡିରେ ରୋଗୀଙ୍କ ସେଭଳି ଭିଡ଼ ଦେଖିବାକୁ ମିଳିନାହିଁ। ଅନ୍ତଃବିଭାଗ (ଇନ୍ଡୋର) ଗୁଡ଼ିକରେ ମଧ୍ୟ ଶଯ୍ୟା ଖାଲି ପଡ଼ିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସ୍ତ୍ରୀ ଓ ପ୍ରସୂତି ରୋଗ, ହୃଦ୍ରୋଗ ଓ ଭେଷଜ ବିଭାଗକୁ ବାଦ୍ ଦେଲେ ଅନ୍ୟ ବିଭାଗଗୁଡ଼ିକରେ ଅଳ୍ପ ସଂଖ୍ୟକ ରୋଗୀ ରହିଛନ୍ତି। କରୋନା ଭୟରେ ଅନେକ ରୋଗୀ ଡାକ୍ତରଖାନାକୁ ଆସୁନଥିବା ସମୟରେ ଅତି ଜରୁରୀ ନ ଥିଲେ ୱାର୍ଡରେ ମଧ୍ୟ ରହୁନାହାନ୍ତି।
Follow Us