ବୁର୍ଲା : ଭିମ୍ସାର୍ରେ ଶନିବାର ଦିନ ଭିନ୍ନ ଢ଼ଙ୍ଗରେ ଡାକ୍ତର ଦିବସ ପାଳନ କରାଯାଇଛି। ଡାକ୍ତର ଦିବସ ନିମନ୍ତେ ଡାକ୍ତରମାନେ ରକ୍ତଦାନ କରିବାକୁ ସ୍ଥିର କରିଥିଲେ। ବୁର୍ଲା ରକ୍ତଭଣ୍ଡାରରେ ଭିମ୍ସାର୍ ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରାଙ୍କ ସହିତ କୁଳସଚିବ ପ୍ରଫେସର ଭାବଗ୍ରାହୀ ରଥ, ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ବିମଳ ପଣ୍ଡା, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର ମମତା ସୋରେନ, ଡ. ଶର୍ମିଲା ପ୍ରଧାନ, ଡ. ସ୍ବରାଜ ନନ୍ଦିନୀ ପାଣ୍ଡେଙ୍କ ସମେତ ୩୦ ଡାକ୍ତର ସ୍ଵଇଚ୍ଛାରେ ରକ୍ତଦାନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us