ଶିକ୍ଷକ ନିଯୁକ୍ତି ପାଇଁ ଅନ୍ୟ ଜିଲ୍ଲା ପ୍ରାର୍ଥୀଙ୍କୁ ବିରୋଧ : ଡିଆଇଇଟି ପରିସରରେ ଖଣ୍ଡଯୁଦ୍ଧ

Advertisment
ଶିକ୍ଷକ ନିଯୁକ୍ତି ପାଇଁ ଅନ୍ୟ ଜିଲ୍ଲା ପ୍ରାର୍ଥୀଙ୍କୁ ବିରୋଧ : ଡିଆଇଇଟି ପରିସରରେ ଖଣ୍ଡଯୁଦ୍ଧ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଖାଲିଥିବା ପ୍ରାଥମିକ ଶିକ୍ଷକ ପଦ ନିମନ୍ତେ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ସୋମବାର ସାର୍ଟିଫିକେଟ ଯାଞ୍ଚ ଥିବା ବେଳେ ଜିଲ୍ଲାଭିତ୍ତିକ ତାଲିମପ୍ରାପ୍ତ ଆବେଦନକାରୀଙ୍କୁ ନିଯୁକ୍ତି ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲ। ଫଳରେ କେବଳ କଳାହାଣ୍ଡି ଜିଲ୍ଲାର ଆବେଦନକାରୀଙ୍କୁ ଯାଞ୍ଚ ପାଇଁ ଗେଟ୍‌ରେ ଛଡ଼ା ଯାଇଥିବା ବେଳେ ଅନ୍ୟ ଜିଲ୍ଲାର ଆବେଦନକାରୀଙ୍କୁ ଫେରାଇ ଦିଆଯାଇଥିଲା। ଏନେଇ ଦିନତମାମ ଡିଆଇଇଟି ପରିସରରେ ଉତ୍ତେଜନା ଜାରି ରହିଥିବା ବେଳେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୧୬୦୫ଟି ପ୍ରାଥମିକ ଶିକ୍ଷକ ପଦ ନିମନ୍ତେ ୩୮୩୪ଜଣ ଆବେଦନ କରିଥିଲେ। ଯୁକ୍ତ ୨ କଳାର ସିଟି ତାଲିମପ୍ରାପ୍ତ ୨୭୨ଟି ପଦ ଖାଲିଥିବା ବେଳେ ଏଥି ନିମନ୍ତେ ୧୧୦୭ ଜଣ ଆବେଦନ କରିଥିଲେ। ସକାଳେ ଭବାନୀପାଟଣାସ୍ଥିତ ଡିଆଇଇଟି ପରିସରରେ ସାର୍ଟିଫିକେଟ ଯାଞ୍ଚ ଆରମ୍ଭ ହେବା ପରେ ଗେଟରେ ବିଭିନ୍ନ ସଂଗଠନ ପକ୍ଷରୁ ଅନ୍ୟ ଜିଲ୍ଲାରୁ ଆସିଥିବା ଆବେଦନକାରୀଙ୍କୁ ଅବରୋଧ କରାଯାଇଥିଲା। ପୁରୀ ଗୋପ ଅଞ୍ଚଳର ଜଣେ ଆବେଦନକାରୀ ଜବରଦସ୍ତି ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ଧସ୍ତାଧସ୍ତି ହୋଇଥିଲା। ଅନ୍ୟପକ୍ଷରେ ନକଟିଗୁଡା ଛକଠାରେ ମଧ୍ୟ ଆବେଦନକାରୀଙ୍କୁ ଆନ୍ଦୋଳନକାରୀମାନେ ବିରୋଧ କରିଥିବା ଦେଖାଯାଇଥିଲା। ଦିନତମାମ ଉତ୍ତେଜନା ଜାରି ରହିଥିବା ବେଳେ ସନ୍ଧ୍ୟାରେ ଅନ୍ୟ ଜିଲ୍ଲାର ଆବେଦନକାରୀମାନେ ଏସପିଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe