କୁତ୍ରାରେ ଗୋଷ୍ଠୀ ସଂଘର୍ଷ: ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା

କୁତ୍ରାରେ ଗୋଷ୍ଠୀ ସଂଘର୍ଷ: ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା

କୁତ୍ରା : କିଛି ଦିନର ନିରବତା ପରେ ପୁଣି ଖତକୁରବାହାଲରେ ଭିନ୍ନ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମୁହାଁ-ମୁହିଁ ହୋଇଛନ୍ତି। ଆଜି ସଂଧ୍ୟାରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି। ଟେକା-ପଥର ମାଡ଼ରେ ଅନେକ ବାଇକ୍‌, କାର୍‌ ଭାଙ୍ଗିଯାଇଥିବା ବେଳେ ଗଣ୍ଡଗୋଳକାରୀମାନେ ୩ଟି ଘର ଓ ଗୋଟିଏ ଔଷଧ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି। ପରସ୍ପର ଟେକାମାଡ଼ରେ ଉଭୟ ପକ୍ଷରୁ କେତେକ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିିତି ନିୟନ୍ତ୍ରଣ କରିଛି। ରାଜଗାଙ୍ଗପୁର ଏସ୍‌ଡିପିଓ ବିଜୟ କୁମାର ନନ୍ଦ ଘଟଣାସ୍ଥଳରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୁଲିସ୍‌ ଉପସ୍ଥିତିରେ ଦମକଳ ବାହିନୀ ନିଆଁ ଲିଭାଇଛନ୍ତି। ତେବେ ସେଠାରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସଶସ୍ତ୍ର ପୁଲିସ୍‌ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe