ବିନା ଟ୍ରାଏଲ୍‌ରେ ଦୀର୍ଘଦିନ ହାଜତରେ ରଖାଯିବା ମୌଳିକ ଅଧିକାରର ଉଲ୍ଲଂଘନ: ହାଇକୋର୍ଟ

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

କଟକ : ଅପରାଧିକ ମାମଲାର ତ୍ବରିତ୍‌ ଶୁଣାଣି (ସ୍ପିଡି ଟ୍ରାଏଲ) ଜଣେ ନାଗରିକର ମୌଳିକ ଅଧିକାର। ବିନା ଟ୍ରାଏଲ୍‌ରେ ଜଣଙ୍କୁ ଦୀର୍ଘଦିନ ଜେଲ୍‌ରେ ରଖାଯିବା ଯୁକ୍ତିଯୁକ୍ତ ନୁହେଁ। ନାଗରିକଙ୍କ ଏହା ମୌଳିକ ଅଧିକାରର ଉଲ୍ଲଂଘନ। ଏକ ଜାମିନ ଆବେଦନର ଶୁଣାଣି କରି ଡକ୍ଟର୍‌ ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ଏହା କହିଛନ୍ତି ଏବଂ ମାମଲାର ତ୍ବରିତ୍‌ ଶୁଣାଣି ଉପରେ ଗୁରୁତ୍ବାରୋପ କରିଛନ୍ତି।

୨୦୨୦ ମାର୍ଚ୍ଚ ୭ରୁ ଗଜପତି ଜିଲ୍ଲା ଆର୍‌. ଉଦୟଗିରି ଥାନା ଦ୍ବାରା ଗିରଫ ହୋଇ ଅଭିଯୁକ୍ତ କିଶୋର ବୀର ଜେଲ୍‌ରେ ଥିବାବେଳେ ଏପର୍ଯ୍ୟନ୍ତ ମାମଲାର ଟ୍ରାଏଲ୍‌ ଆରମ୍ଭ ହୋଇନାହିଁ। ଏଭଳି ଘଟଣାକୁ ବିଚାରକୁ ନେଇ ହାଇକୋର୍ଟ ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe